ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ଟିଏମସି ଓ ବିଜେପି ଉଭୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପଶ୍ଚିମବଙ୍ଗ ସରକାର ସେପ୍ଟେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି । ଏଥିରେ ବିଜେପି ଶାସିତ ରାଜ୍ୟରେ ବଙ୍ଗାଲିଙ୍କ ସହିତ ହେଉଥିବା ଅତ୍ୟାଚାରକୁ ନେଇ ସେନସର ମୋଶନ ଅଣାଯାଇପାରେ । ଏହା ବ୍ୟତୀତ ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସଆଇଆର) ବିରୋଧରେ ବିଧାନସଭାରେ ପ୍ରସ୍ତାବ ଅଣାଯାଇପାରେ । ବିହାରରେ ନିର୍ବାଚନ ଆୟୋଗ SIR ପ୍ରକ୍ରିୟା କରାଇବାକୁ ଆରମ୍ଭ କରିଛି, ଯାହାକୁ ନେଇ ବିରୋଧୀ ଦଳମାନେ ଭୟଙ୍କର ପ୍ରତିବାଦ ସହ ଅଭିଯାନ ଚାଲାଇଛନ୍ତି। ପଶ୍ଚିମବଙ୍ଗରେ ତିନି ଦିନ ଧରି ବିଶେଷ ବିଧାନସଭା ଅଧିବେଶନ ହେବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ଅନେକଥର ରାଜସ୍ଥାନ ରୁ ଓଡ଼ିଶା ପର୍ଯ୍ୟନ୍ତ ବଙ୍ଗାଳିଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବିଜେପିକୁ ସିଧାସଳଖ ଆକ୍ରମଣ କରିଛନ୍ତି। ସେ “ଶ୍ରମଶ୍ରୀ” ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି, ଯାହାର ଅଧୀନରେ ଅନ୍ୟ ରାଜ୍ୟରୁ ଫେରିବା ବଙ୍ଗାଳି ଶ୍ରମିକଙ୍କୁ ପ୍ରତିମାସ ୫,୦୦୦ ଟଙ୍କା ସାହାଯ୍ୟ ମିଳିବ। ସୁଚନା ଅନୁଯାୟୀ , ବିଧାନସଭାରେ ଟିଏମସି SIR ର ବିରୋଧ କରିବ। ଅନେକଙ୍କ ମତ, ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ SIR କରାଇପାରେ। ଏହାକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ରାଜନୀତିକ ହଙ୍ଗାମା ତିବ୍ର ହେବାର ସମ୍ଭାବନା ରହିଛି।

ଏପଟେ, ରାହୁଲ ଗାନ୍ଧୀ ବିହାରରେ “ଭୋଟର ଅଧିକାର ଯାତ୍ରା” ଆରମ୍ଭକରିଛନ୍ତି। ବିରୋଧୀ ଦଳଙ୍କ ଅଭିଯୋଗ, SIR ଆଧାରିତ ଡ୍ରାଫ୍ଟ ମତଦାତା ତାଲିକାରୁ ପ୍ରାୟ ୬୫ ଲକ୍ଷ ନାମ ହଟାଇଦିଆଗଲା । ଏହାରି ପ୍ରତିବାଦରେ ହିଁ ରାହୁଲ ଗାନ୍ଧୀ ବିହାରରେ ଭୋଟର ଅଧିକାର ଅଭିଯାନ ଚଳାଇଛନ୍ତି । ରାହୁଲଙ୍କ ଅଭିଯୋଗ, “ବିଜେପି ଓ ନିର୍ବାଚନ ଆୟୋଗ ମିଳି ଭୋଟ୍ ଚୋରି କରୁଛନ୍ତି।”

LEAVE A REPLY

Please enter your comment!
Please enter your name here