ସୁପ୍ରିମକୋର୍ଟ ନିର୍ଦ୍ଦେଶ କରିଛନ୍ତି ଯେ, ଶିକ୍ଷକଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ଆବଶ୍ୟକ। ଏହାକୁ ନେଇ ଅନେକ ପ୍ରତିକ୍ରିୟା ଆସୁଛି। ରାଜ୍ୟ ସରକାରମାନେ ଏହାକୁ କିପରି ମାନିବେ, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଚୁଡାନ୍ତ ରାୟ ଦେବା ପାଇଁ ମାମଲାକୁ ସୁପ୍ରିମକୋର୍ଟର ପ୍ରଧାନ ବେଞ୍ଚକୁ ପ୍ରେରଣ କରାଯାଇଛି ଏବଂ ଏହାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଛତିଶଗଡ଼ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । ୨୦୧୧ ପୂର୍ବରୁ ଚାକିରିରେ ଥିବା ଶିକ୍ଷକଙ୍କ ପଦୋନ୍ନତିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରଭାବ ପଡ଼ିବ ନାହିଁ । ନୂଆ ପଦୋନ୍ନତି ପାଇଁ ଟିଇଟି ଆବଶ୍ୟକ । ଓଡିଶା ସହିତ ଅନ୍ୟ ରାଜ୍ୟମାନେ କିପରି ନିଷ୍ପତ୍ତି ନେଉଛନ୍ତି, ତାର ଉପରେ ସମସ୍ତଙ୍କ ନଜର । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ନିର୍ଦ୍ଦେଶ ଉପରେ ସଠିକ୍ ତର୍ଜମା ହେବ ଓ ଶିକ୍ଷକଙ୍କ ସ୍ବାର୍ଥ ଦେଖାଯିବ । ୨୦୧୧ ମସିହାରୁ ଓଡିଶାର ପ୍ରାଥମିକ ଶିକ୍ଷକଙ୍କ ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବାଧ୍ୟତାମୂଳକ । ୭୫,୦୦୦ ରୁ ଅଧିକ ଶିକ୍ଷକ ଏହି ନିର୍ଦ୍ଦେଶ ପ୍ରତି ଦ୍ବନ୍ଦ୍ବରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here