ସୋସିଆଲ୍ ମିଡିଆରେ ଆଉଥରେ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ୍ ହେବା ସହିତ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । କଡ଼ା ନିୟମ ଭିତରେ ମନ୍ଦିର ଭିତରକୁ ମୋବାଇଲ୍ ଯିବା କିପରି ସମ୍ଭବ? ହଜାର ଭକ୍ତ ଙ୍କ ମଧ୍ୟରେ ପୁଣି କିପରି ଫଟୋ ଉଠିଲା? ଏହା ସମୟରେ ପୋଲିସ, ଅଧିକାରୀ ଓ ସେବାୟତଙ୍କ ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଛି ।ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ସୂଚନା ମିଳିଛି ଯେ, ମହାରାଷ୍ଟ୍ରର ବୈଭବ ଦୁରେ ପାଟିଲ୍ ନାମକ ଯୁବକ ମନ୍ଦିର ଭିତରେ ଫଟୋ ଉଠାଇ, ତାହାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଡରେ ଅପଲୋଡ୍ କରିଛନ୍ତି । ସେହି ଫଟୋଗୁଡ଼ିକ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।ମନ୍ଦିର ଭିତରକୁ ମୋବାଇଲ୍, କ୍ୟାମେରା ନେବା ବାରଣ ରହିଛି । ଏହାପରେ ମଧ୍ଯ ଅନେକ ସମୟରେ କିଛି ଲୋକ ମନ୍ଦିର ଭିତରକୁ ମୋବାଇଲ୍ ନେଇ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଛାଡ଼ୁଛନ୍ତି । ସେହିଭଳି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣ ପ୍ରତିବନ୍ଧିତ ହୋଇଥିବା ବେଳେ ଅଗଷ୍ଟ ୨୮ରେ ଡ୍ରୋନ୍ ଉଡ଼ିଥିଲା । ସୁରକ୍ଷାରେ ତ୍ରୁଟି ହେଉଥିବାରୁ ସୁରକ୍ଷା ଯାଞ୍ଚକୁ ଆହୁରି କଡ଼ାକଡ଼ି କରାଯିବାର ଆବଶ୍ୟକତା ରହିଛି ।














