ଭାରତର ୧୭ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ହେବ। ଏଥିରେ ଏନଡିଏ ପକ୍ଷରୁ ସି.ପି. ରାଧାକୃଷ୍ଣନ ଓ ଇଣ୍ଡିପେଣ୍ଡେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ମଧ୍ୟରେ ମୁକାବିଲା ହେବ। ଗତମାସରେ ସ୍ୱାସ୍ଥ୍ୟଗତ କାରଣରୁ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ପଦତ୍ୟାଗ କରିଥିଲେ। ତା’ପରେ ଏହି ନିର୍ବାଚନ ଘୋଷଣା ହୋଇଛି। ଏବେ ସମସ୍ତଙ୍କ ଦୃଷ୍ଟି ରହିଛି ଫଳାଫଳ ଉପରେ।
ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ମହାରାଷ୍ଟ୍ରର ରାଜ୍ୟପାଳ ଏବଂ ତଥା ବରିଷ୍ଠ ବିଜେପି ନେତା ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ଇଣ୍ଡି ମେଣ୍ଚ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ୯ ସେପ୍ଟେମ୍ବରରେ ହେବ। ଭୋଟ୍ ଶେଷ ପରେ ଗଣନା ଆରମ୍ଭ ହେବ ଏବଂ ସେହି ଦିନ ନିର୍ବାଚନ କମିଶନଙ୍କ ତତ୍ତ୍ୱାବଧାନରେ ରିଟର୍ଣ୍ଣିଂ ଅଫିସର ଫଳାଫଳ ଘୋଷଣା କରିବେ।














