କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ନିର୍ମମ ଘଟଣା ସାମ୍ନାକୁ ଆସିଛି । ନବମ ଶ୍ରେଣୀର ଏକା ଛାତ୍ରୀଙ୍କୁ ଅପହରଣ କରି କାର ଭିତରେ ଦୁଷ୍କର୍ମ କରାଯାଇଥିବା ସହିତ ମାଡ଼ ମାରି ଅଭିଯୁକ୍ତ ପଳାଇ ଯାଇଛି । ପୀଡ଼ିତାକୁ ପ୍ରଥମେ ଦାରିଙ୍ଗବାଡ଼ି ହସ୍ପିଟାଲରେ ଏବଂ ପରେ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଦୁଇଟି ସ୍ବତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲାଇଛି ।ପୋଲିସ ସୂଚନା ଅନୁସାରେ ଗଣେଶ ପୂଜା ଭସାଣୀ ଦେଖିବାକୁ ଆସି ଫେରିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀକୁ କାର ଭିତରେ ଜୋର୍ ଜବରଦସ୍ତ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକ ଜଣକ ବିବାହିତା ହୋଇଥିବା ବେଳେ ଘଟଣା ଘଟାଇବା ପରେ ଫେରାର ହୋଇଯାଇଛି । ନାବାଳିକା ଜଣକ ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି । ପକ୍ସୋ ଆଇନ୍ ର ବିଭିନ୍ନ ଧାରାରେ ମାମଲା ରୁଜୁ କରି ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଏସପି ବି ସି ହରିଶ୍ । ୫ ସେପ୍ଟେମ୍ବର ସନ୍ଧ୍ୟାରେ ଗଣେଶ ପୂଜା ବିସର୍ଜନ ଦେଖିବା ପରେ ଘରକୁ ଫେରୁଥିବାବେଳେ, ଅଭିଯୁକ୍ତ ଯୁବକ ତାଙ୍କୁ ଜବରଦସ୍ତି କାରରେ ନେଇ, ଦୁଷ୍କର୍ମ କରିଥିଲା ଏବଂ ମାଡ଼ ମାରି ଭଉଣୀଙ୍କ ଘର ନିକଟରେ ଛାଡ଼ି ପଳାଇଯାଇଥିଲା । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ଏବଂ ଏବଂ ଶୀଘ୍ର ଗିରଫ କରାଯିବ ବୋଲି ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ମିଳିଛି ।














