ଶୁକ୍ରବାର ଦିନ ଗୁଜରାଟର କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟର ବିମାନଟି ଉଡ଼ାଣ ଭରିବା ମାତ୍ରେ ଏହାର ଗୋଟିଏ ଚକ ଭାଙ୍ଗି ତଳେ ଖସି ପଡ଼ିଥିଲା। ବିମାନଟି ଉଡ଼ାଣ ଭରିବା ମାତ୍ରେ ଗୋଟିଏ ଚକ ଖସିପଡିଥିଲା। ବିମାନରେ ୭୫ ଜଣ ଯାତ୍ରୀ ରହିଥିଲେ। ତେବେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। କାଣ୍ଡଲା ATC ଚକ ଖସିପଡ଼ିବା ବିଷୟରେ ସୂଚନା ଦେଇଥିଲା, ଯାହା ପରେ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଅପରାହ୍ନ ପ୍ରାୟ ଚାରିଟାରେ ବିମାନଟି ସୁରକ୍ଷିତ ଭାବରେ ମୁମ୍ବାଇରେ ଅବତରଣ କରିଛି। ଚକଟି ତଳେ ପଡ଼ିବା ମାତ୍ରେ ପାଇଲଟ୍ ବିମାନଟିକୁ ମୁମ୍ବାଇ ରନୱେରେ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ।

LEAVE A REPLY

Please enter your comment!
Please enter your name here