ଆସାମ ର ସିଲିଗୁଡି ରେ ଭୂକମ୍ପ ଝଟକା । ରବିବାର ଅପରାହ୍ନରେ ଭୂମିକମ୍ପର ଝଟକା ଲୋକଙ୍କୁ ଭୟଭୀତ କରିଛି। ଲୋକମାନେ ଘର ଏବଂ ଦୋକାନ ଛାଡି ରାସ୍ତା ଏବଂ ଅନ୍ୟାନ୍ୟ ଖାଲି ସ୍ଥାନକୁ ଦୌଡ଼ି ପଳାଇଥିଲେ। ସୂଚନା ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୫.୮ ଥିଲା। ଆସାମର ଉଦଲଗୁରି ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଆଖପାଖ ଜିଲ୍ଲାଗୁଡ଼ିକରେ ମଧ୍ୟ ଭୂମିକମ୍ପ ହୋଇଥିଲା। ଯାହା ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ଆସାମ ଅଧିକାରୀଙ୍କ ଅନୁଯାୟୀ, ସନ୍ଧ୍ୟା ୫:୨୦ ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହି ପ୍ରାକୃତିକ ଘଟଣା ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ତୁରନ୍ତ କୌଣସି ରିପୋର୍ଟ ନାହିଁ। ରିଲିଫ୍ ଏବଂ ଉଦ୍ଧାର ଦଳ ସଜାଗ ଅଛନ୍ନ୍ତି।














