ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟ ସ୍ତରୀୟ ‘ଏକ୍ ପେଡ୍ ମାକେ ନାମ୍ ୨.୦’ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକାମ୍ର କଲେଜ ପରିସରରେ ବୃକ୍ଷ ରୋପଣ କରିଛନ୍ତି । ଆଜି ସାରା ରାଜ୍ୟରେ ୭୫ ଲକ୍ଷ ବୃକ୍ଷ ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଶୁଭେଛା ଜଣାଇବା ସହିତ ଦୀର୍ଘ ଓ ନିରାମୟ ଜୀବନ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଜଙ୍ଗଲ ଓ ପରିବେଶ ବିଭାଗର ବିଶେଷ ସହଭାଗିତାରେ ଏହି ବୃକ୍ଷ ରୋପଣ କରାଯାଇଛି । ସକାଳ ୫ଟାରୁ ବୃକ୍ଷ ରୋପଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏଥିପାଇଁ ଜଙ୍ଗଲ ବିଭାଗକୁ ୧୫ ଲକ୍ଷ, ପଞ୍ଚାୟତିରାଜ ବିଭାଗକୁ ୩୪ ଲକ୍ଷ, କୃଷି ବିଭାଗ ୨୩ ଲକ୍ଷ, ଶିଳ୍ପ ବିଭାଗକୁ ୧୫ ଲକ୍ଷ, କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସକୁ ୨ ଲକ୍ଷ ୨୦ ହଜାର ଚାରା ରୋପଣ ପାଇଁ ଦାୟିତ୍ୱ ଦିଆଯାଇଛି । ଗାଁ ଗୁଡ଼ିକରେ ୨ ଲକ୍ଷ ଚାରା ରୋପଣ ଲକ୍ଷ୍ୟ ରହିଥିବାବେଳେ ଏହି ଅଭିଯାନରେ ୪୦, ୦୦୦ ବିଦ୍ୟାଳୟକୁ ସାମିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here