ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ସହରଗୁଡ଼ିକରେ ସାମରିକ କର୍ମଚାରୀଙ୍କ ନିୟୋଜନ ବୃଦ୍ଧି କରିବା ପାଇଁ ସଂଘୀୟ ବିଦ୍ରୋହ ବିରୋଧୀ ଆଇନ ଲାଗୁ କରିବାକୁ ଧମକ ଦେଇଛନ୍ତି। ଏହା ରାଷ୍ଟ୍ରପତିଙ୍କ କ୍ଷମତାକୁ ନେଇ ଡେମୋକ୍ରାଟିକ୍ ଶାସିତ ସହରଗୁଡ଼ିକ ସହିତ ଆଇନଗତ ଲଢ଼େଇକୁ ଆହୁରି ତୀବ୍ର କରିଛି। ରାଷ୍ଟ୍ରପତି ସୋମବାର କହିଥିଲେ ଯେ, ଯଦି କୋର୍ଟ ତାଙ୍କ ନିର୍ଦ୍ଦେଶକୁ ବାଧା ଦିଏ, ତେବେ ସେ ସହରଗୁଡ଼ିକୁ ନ୍ୟାସନାଲ୍ ଗାର୍ଡ ପଠାଇବା ପାଇଁ ଦୁଇ ଶତାବ୍ଦୀ ପୂର୍ବେ ଲାଗୁ ହୋଇଥିବା ବିଦ୍ରୋହ ଆଇନ ବ୍ୟବହାର କରିବେ। ଯଦି ଲୋକଙ୍କୁ ହତ୍ୟା କରାଯାଉଛି ଏବଂ କୋର୍ଟ ଆମକୁ ବାଧା ଦେଉଛନ୍ତି, କିମ୍ବା ରାଜ୍ୟପାଳ କିମ୍ବା ମେୟରମାନେ ଆମକୁ ବାଧା ଦେଉଛନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଏହା କରିବି। ଲସ୍ ଆଞ୍ଜେଲସ୍ ଓ ୱାଶିଂଟନ୍‌ ଡି.ସି.ରେ ପୂର୍ବରୁ ନ୍ୟାସନାଲ୍ ଗାର୍ଡ ନିୟୋଜନ ପରେ, ଟ୍ରମ୍ପ୍ ଏବେ ଚିକାଗୋ, ପୋର୍ଟଲ୍ୟାଣ୍ଡ ଏବଂ ଓରେଗନ୍‌ରେ ନ୍ୟାସନାଲ୍ ଗାର୍ଡକୁ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here