ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ନୂଆ ଦାବିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ମୋଦୀ ଟ୍ରମ୍ପଙ୍କୁ ଡରୁଛନ୍ତି । ଟ୍ରମ୍ପ ଦାବି କରିଛନ୍ତି ଯେ, ପିଏମ ମୋଦୀ ତାଙ୍କୁ ବ୍ୟକ୍ତିଗତ ଭାବେ ଭରସା ଦେଇଛନ୍ତି ଯେ, ଭାରତ ଏବେ ରୁଷଠୁ ତେଲ କିଣିବ ନାହିଁ । ପିଏମ ମୋଦୀ ମୋର ମିତ୍ର । ଆମ ଦୁହିଁଙ୍କ ଭଲ ସଂପର୍କ ରହିଛି । ମୋ ମିତ୍ର ମୋତେ ଆଶ୍ୱାସନା ଦେଇଛନ୍ତି ଯେ, ରୁଷଠୁ କୌଣସି ତେଲ କିଣାଯିବ ନାହିଁ । ଏହା ଉପରେ ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ଡରୁଛନ୍ତି । ଟ୍ରମ୍ପଙ୍କୁ ସେ ଏହି ନିର୍ଣ୍ଣୟ ନେବାକୁ ଦେଇଛନ୍ତି ଏବଂ ଘୋଷଣା କରିବାକୁ ଦେଲେ ଯେ, ଭାରତ ରୁଷଠୁ ତେଲ କିଣିବ ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ସମାଲୋଚନା କରିବା ସତ୍ତ୍ୱେ ବି ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ପ୍ରଶଂସାର ସନ୍ଦେଶ ଦେଇ ଆସିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ କହିଛନ୍ତି କି ଡୋନାଲ୍ଡ ଟ୍ରମ୍ପ ଗତକାଲି ଘୋଷଣା କଲେ ଯେ, ପ୍ରଧାନମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଭାରତ ଆଉ ରୁଷଠୁ ତେଲ କିଣିବ ନାହିଁ । ୫୬ ଇଞ୍ଚର ଛାତି କୁଆଡେ ଗଲା । କଂଗ୍ରେସ ନେତାଙ୍କ ଏମିତି ବୟାନ ଉପରେ ବିଜେପି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ ।

LEAVE A REPLY

Please enter your comment!
Please enter your name here