ସବୁବର୍ଷରେ ଭଳି ଏହି ବର୍ଷ ବି ଐତିହାସିକ କଟକ ବାଲିଯାତ୍ରା ଉତ୍ସବରେ ବଲିଉଡ୍ ତଡ଼କା ଦେଖିବାକୁ ମିଳିବ। ଏହା ସହିତ ଓଲିଉଡ଼ କଣ୍ଠଶିଳ୍ପୀମାନେ ମଞ୍ଚରେ ଧମାଲ୍ କରିବେ। ଏହି ସମ୍ପର୍କରେ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ। ବାଲିଯାତ୍ରାରେ ସୁନାମଧନ୍ୟ ଗାୟିକା ଶ୍ରେୟା ଘୋଷାଲ, ପଞ୍ଜାବୀ ତଥା ବଲିଉଡ୍ ଗାୟିକା ହର୍ଷଦୀପ କୌର ଏବଂ ଇଣ୍ଡିଆନ୍ ଆଇଡିଆଲ୍ ବିଜେତା ଋଷି ସିଂ ନିଜ କଣ୍ଠର ଯାଦୁ ଦେଖାଇବେ । ଏହା ବ୍ୟତୀତ ଓଲିଓଡ୍‌ର ୧୪ ଜଣ ପ୍ରସିଦ୍ଧ ଗାୟକ ଓ ଗାୟିକା ଦର୍ଶକଙ୍କୁ ନିଜ ଗୀତରେ ମତୁଆଲା କରିବେ । ଉଭୟ ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚରେ ହେବ କାର୍ଯ୍ୟକ୍ରମ । ଆସନ୍ତା ନଭେମ୍ବର ୫ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ କଟକ ବାଲିଯାତ୍ରା ଆୟୋଜିତ ହେବ। ଉଭୟ ତଳ ଏବଂ ଉପର ପଡ଼ିଆରେ ମେଳା ଲାଗିବା ସହ, ଉପର ପଡ଼ିଆରେ ଐତିହ୍ୟ ଷ୍ଟଲ୍ ଓ ପାର୍କିଂ ବ୍ୟବସ୍ଥା ରହିବ। ଏହି ବର୍ଷ ପ୍ରାୟ ୭୦ ଲକ୍ଷ ଲୋକଙ୍କ ସମାଗମ ହେବାର ଆକଳନ ହୋଇଛି। ବାଲିଯାତ୍ରା ପ୍ରତି ଲୋକମାନଙ୍କ ଉତ୍ସାହ ଦେଖି ପ୍ରତିଦିନ ୭-୮ ଲକ୍ଷ ଦର୍ଶକ ଆସିପାରନ୍ତି ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here