ଗୁଜୁରାଟରେ ରାଜନୀତିକ ହଲଚଲ୍ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ଯକ୍ଷତାରେ ହୋଇଥିବା ବୈଠକରେ ରାଜ୍ୟ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।କ୍ୟାବିନେଟ୍ ସମ୍ପ୍ରସାରଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଟେଲଙ୍କ ବ୍ୟତୀତ ଗୁଜରାଟର ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ।ରାଜ୍ୟ କ୍ୟାବିନେଟର ସବୁ ସଦସ୍ୟଙ୍କ ଇସ୍ତଫା ଗ୍ରହଣ ମଧ୍ଯ କରାଯାଇଛି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ଦଳର ବରିଷ୍ଠ ନେତାମାନେ ଏହି ନିଷ୍ପତ୍ତି ନେଇ ମନ୍ତ୍ରୀମାନଙ୍କୁ କହିଥିଲେ । ଏହା ପରେ ସମସ୍ତ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିଛନ୍ତି। ଆଉ ସମସ୍ତଙ୍କ ଇସ୍ତଫା ଗ୍ରହଣ ମଧ୍ୟ କରାଯାଇଛି । ଅନ୍ୟପଟେ କୁହାଯାଉଛି ଖୁବ୍‌ଶୀଘ୍ର ଗୁଜରାଟରେ ନୂଆ ମନ୍ତ୍ରିମଣ୍ଡଳ ଗଠନ କରାଯିବ ।ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗୁରୁବାର ରାତିରେ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କ ନିକଟରେ ଦାଖଲ କରିବେ। ଇସ୍ତଫା ଗ୍ରହଣ ହେବା ପରେ ଆସନ୍ତାକାଲି ନୂଆ ମନ୍ତ୍ରୀମଣ୍ଡଳ ଘୋଷଣା ହେବାର ସମ୍ଭାବନା ରହିଛି। ଏହି ପଦକ୍ଷେପକୁ ଗୁଜୁରାଟରେ ହେବାକୁ ଯାଉଥିବା କ୍ୟାବିନେଟ୍ ବିସ୍ତାରର ଏକ ଅଂଶ ବୋଲି ମନାଯାଉଛି। ତେବେ, ବିଜେପି ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇନାହିଁ।

LEAVE A REPLY

Please enter your comment!
Please enter your name here