ଲାଗୁହେବ ୧୫୫ ପ୍ରତିଶତ ଟାରିଫ ।ଶୁଳ୍କ ବୃଦ୍ଧି ନେଇ ଚୀନ୍ କୁ ଧମକ ଦେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଗକୁ କୋରିଆରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଛି। ଯଦି ଏହି ବୈଠକ ବିଫଳ ହୁଏ ତେବେ ଲାଗୁ ହେବ ବର୍ଦ୍ଧିତ ଟାରିଫ୍ । ଆମେରିକା ଚୀନ ଉପରେ ୧୫୫ ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ଯାଉଛି । ହ୍ବାଇଟ୍ ହାଉସରେ ଏକ କାର୍ଯ୍ୟକ୍ରମ ସମୟରେ ଟ୍ରମ୍ପ କହିଛନ୍ତି, “ଚୀନ ଆମକୁ ବହୁତ ସମ୍ମାନ ଦେଉଛି । ସେମାନେ ଟାରିଫ୍ ଆକାରରେ ବିପୁଳ ଟଙ୍କା ଦେଉଛନ୍ତି । ସେମାନେ ୫୫% ଦେଉଛନ୍ତି, କିନ୍ତୁ ନଭେମ୍ବର ୧ ତାରିଖରୁ ୧୫୫% ହେବ, ଯଦି ‘ଫେୟାର ଟ୍ରେଡ୍ ଡିଲ୍’ ବିଫଳ ହୁଏ ।” ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ “ଉତ୍ସାହଜନକ” ଚୁକ୍ତି ହେବାରେ ଆଶାବାଦୀ ବୋଲି ଟ୍ରମ୍ପ କହିଛନ୍ତି । ଏହି ନୂଆ ବର୍ଦ୍ଧିତ ଟାରିଫ୍ ନଭେମ୍ବରରୁ ଲାଗୁ ହେବ। କୋରିଆରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ହେବା ପୂର୍ବରୁ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯଦି ବୈଠକ ବିଫଳ ହୁଏ ତେବେ ଲାଗୁ ହେବ ୧୫୫ ପ୍ରତିଶତ ଟାରିଫ୍ ।’ଫେୟାର ଟ୍ରେଡ୍ ଡିଲ୍’ ପାଇଁ ଚୀନ୍ ଉପରେ ଚାପ ପକାଉଛନ୍ତି ଟ୍ରମ୍ପ ।

LEAVE A REPLY

Please enter your comment!
Please enter your name here