କୋଲକାତା ଦୁର୍ଗାପୁରରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କ ଉପରେ ଗଣଦୁଷ୍କର୍ମ ଘଟଣାରେ ଏପର୍ଯ୍ୟନ୍ତ ଦୋଷୀମାନଙ୍କୁ ଦଣ୍ଡ ମିଳିନି। ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ରଖି ତଦନ୍ତ ଜାରି ରଖିଛି। ଆସନ୍ତାକାଲି ରିମାଣ୍ଡ ସମୟ ଶେଷ ହେବା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ। ଏଥିରେ ୪ ଅଭିଯୁକ୍ତକୁ ଆଗରୁ ହିଁ କୋର୍ଟରେ ହାଜର କରାଯାଇଛି। ରିମାଣ୍ଡ ଶେଷ ପରେ ଟିଆଇ ପରେଡ୍ କରାଯିବ। ପୀଡ଼ିତା ମେଡିକାଲରୁ ଡିସ୍ଚାର୍ଜ ହେଇ ବର୍ତ୍ତମାନ ପୁଲିସ ସୁରକ୍ଷାରେ ଅଛନ୍ତି ଓ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଟିଆଇ ପରେଡ୍ ପରେ ସେ ଘରକୁ ଫେରିବେ। ସାଇଣ୍ଟିଫିକ୍ ଟିମ୍ ସ୍ପଟରେ ତଦନ୍ତ କରିଛି । ପୀଡ଼ିତାଙ୍କ ବାପା ଓଡ଼ିଶା ଫେରି ଆସିଥିବା ବେଳେ ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । ଯଦି ଓଡ଼ିଶାରେ ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ନ ମିଳେ ବାଧ୍ୟ ହୋଇ ଝିଅ ସେଇଠି ପଢ଼ିବ ବୋଲି କହିଛନ୍ତି ପୀଡ଼ିତାଙ୍କ ବାପା ।













