ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଛନ୍ତି । ଏହି ଚିଠିରେ ସେ ଲେଖିଛନ୍ତି ଯେ ଅନ୍ୟାୟ ସହିତ ଯୁଦ୍ଧ କରିବା ପାଇଁ ମହାପ୍ରଭୁ ରାମ ଆମକୁ ଶକ୍ତି ଦେଇଥାନ୍ତି ଏବଂ ତାହାର ପ୍ରମାଣ “ଅପରେସନ ସିନ୍ଦୂର”ରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଅନେକ ଅଂଚଳ ଏବେ ନକ୍ସଲ ଓ ମାଓବାଦୀ ସମସ୍ୟାରୁ ମୁକ୍ତ ହୋଇଛି । ସେ “ସ୍ବଦେଶୀ” ଓ “ଆତ୍ମନିର୍ଭର ଭାରତ’ ଧାରଣାକୁ ଆଗେଇ ନେବା ପାଇଁ ଜନତାଙ୍କୁ ଆହ୍ୱାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଅବସରରେ ଦେଶବାସୀଙ୍କୁ ଚିଠି ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଅପରେସନ ସିନ୍ଦୂର ଦେଶ ପାଇଁ ଅନ୍ୟାୟ ବିରୋଧରେ ଲଢ଼ିବାର ଏକ ଦୃଢ଼ ପ୍ରତୀକ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ଏହା ଦ୍ୱିତୀୟ ଦୀପାବଳି । ପ୍ରଭୁ ଶ୍ରୀରାମ ଆମକୁ ସତ୍ ମାର୍ଗରେ ଚାଲିବା ପାଇଁ ଶିଖାନ୍ତି । ଅପରେସନ ସିନ୍ଦୂର ସମୟରେ, ଭାରତ କେବଳ ଧାର୍ମିକତାକୁ ବଜାୟ ରଖି ନଥିଲା ବରଂ ଅନ୍ୟାୟର ପ୍ରତିଶୋଧ ମଧ୍ୟ ନେଇଥିଲା । ଏହି ବର୍ଷ ଦୀପାବଳିର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଅନେକ ଅପହଞ୍ଚ ଇଲାକାରେ ପ୍ରଥମ ଥର ପାଇଁ ଦୀପ ଜଳିବ । ଅନେକ ଅଂଚଳରୁ ନକ୍ସଲ ଓ ମାଓ ସମସ୍ୟାରୁ ମୁକ୍ତ ହୋଇଛି । ଗତ କିଛି ଦିନ ଧରି ଅନେକ ଲୋକ ହିଂସାର ରାସ୍ତା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି । ସମ୍ବିଧାନ ଉପରେ ସେମାନଙ୍କର ବିଶ୍ବାସ ଫେରିଛି । ଏହା ଦେଶ ପାଇଁ ଏକ ବଡ ସଫଳତା । ଜିଏସଟି ସଂଚୟ ଉତ୍ସବରେ ଦେଶବାସୀ ହଜାର ହଜାର କୋଟି ଟଙ୍କା ସଂଚୟ କରିଛନ୍ତି । ଏକାଧିକ ସଙ୍କଟ ଦେଇ ଗତି କରୁଥିବା ବିଶ୍ୱରେ, ଭାରତ ସ୍ଥିରତା ଏବଂ ସମ୍ବେଦନଶୀଳତାର ପ୍ରତୀକ ଭାବରେ ଉଭା ହୋଇଛି। ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି । “ବିକଶିତ” ଏବଂ “ଆତ୍ମନିର୍ଭର ଭାରତ” ର ଏହି ଯାତ୍ରାରେ, ନାଗରିକ ଭାବରେ ଆମର ପ୍ରାଥମିକ ଦାୟିତ୍ୱ ହେଉଛି ରାଷ୍ଟ୍ର ପ୍ରତି ଆମର କର୍ତ୍ତବ୍ୟ ପାଳନ କରିବା।ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି ଯେ, ସରକାରଙ୍କ ସମସ୍ତ ପ୍ରୟାସ ଦେଶକୁ ଦ୍ରୁତ ଗତିରେ ଏକ ବିକଶିତ ଭାରତ ଆଡକୁ ନେଇଯାଉଛି। ଦୀପାବଳି ଅବସରରେ ସେ କହିଛନ୍ତି, ଯେପରି ଗୋଟିଏ ଦୀପ ଅନ୍ୟ ଦୀପକୁ ଜଳାଇଲେ ତାହାର ଆଲୋକ ହ୍ରାସ ପାଏ ନାହିଁ, ସେପରି ସଦୟତା ଓ ସହଯୋଗ ଆମେ ଯେତେବେଳେ ଅନ୍ୟଙ୍କୁ ଦେଉ, ତାହା ଆହୁରି ବଢ଼ିଥାଏ। ସେ ଦେଶବାସୀଙ୍କୁ ସକାରାତ୍ମକତା ଓ ମାନବିକତାର ଦୀପ ଜଳାଇବାକୁ ଆହ୍ୱାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here