ଆଜି ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେବ। ୨୬ ତାରିଖରେ ଏହା ଗଭୀର ଅବପାତରେ ପରିଣତ ହୋଇ ୨୭ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ। ପାଣିପାଗ ବିଭାଗର ଆକଳନ ‘ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇପାରେ । 27 ତାରିଖ ସକାଳ ସୁଦ୍ଧା ବାତ୍ୟା ସୃଷ୍ଟି ହୋଇପାରେ ।୨୮ ଓ ୨୯ ତାରିଖରେ ଅତି ପ୍ରବଳ ବର୍ଷା ସହ ଝଡ଼-ତୋଫାନ ହେବ।ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ନାମ ରଖାଯିବ ‘ମୋନ୍ଥା’ । ବାତ୍ୟା ସୃଷ୍ଟି ହେବା ପରେ ଏହାର ନାଁ ‘ମୋନ୍ଥା’ ରଖାଯିବ । ଥାଇଲାଣ୍ଡ ଏହାର ନାମକରଣ କରିଛି । ‘ମୋନ୍ଥା’ ଏହାର ଅର୍ଥ ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ ।
ବାତ୍ୟାକୁ ନେଇ ବିପର୍ଯ୍ୟୟ ପରିଚାଳା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ” ଆଇଏମଡିର ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ତେବେ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ । ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଛି । ବାତ୍ୟା ଆଶ୍ରୟସ୍ଥଳ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକସ୍ଥଳେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି । ଶକ୍ତି ବିଭାଗକୁ ମଧ୍ୟ ଆଲର୍ଟ କରାଯାଇଛି । ଯଦି ସେଭଳି ସ୍ଥିତି ଉପୁଜେ କିପରି ପୁନଃ ସ୍ଥାପନ କରାଯାଇ ପାରିବ ସେନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଲଘୁଚାପ ଜନିତ ବର୍ଷା ସହିତ ସମ୍ଭାବ୍ୟ ବାତ୍ୟା ସ୍ଥିତି ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।”
ରାଜ୍ୟର 30 ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟୋଲେ ୱାର୍ଣ୍ଣିଂ ଜାରି କରିଛି । ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।














