ପୁରୀ ଜିଲ୍ଲାର ଚନ୍ଦନପୁର ଥାନା ଅଞ୍ଚଳରେ ଗଣଦୁଷ୍କର୍ମ । ଘରେ ପଶି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।କାଳୀପୂଜା ଭସାଣି ଦିନ ଏହି ଅପରାଧ ଘଟିଥିବା କୁହାଯାଉଛି । ପୀଡ଼ିତାଙ୍କ ସଂପର୍କୀୟ ଭାଇ ଓ ଦାଦାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତ ବୁଧବାର ରାତିରେ ମା’ କାଳୀଙ୍କ ଭସାଣି ଉତ୍ସବ ଚାଲିଥିବା ବେଳେ, ସମଗ୍ର ବୀରନରସିଂହପୁର ଅଞ୍ଚଳ ଉତ୍ସବମୁଖର ଥିଲା। ନାବାଳିକାଙ୍କ ପରିବାର ଲୋକେ ଭସାଣି ଦେଖିବାକୁ ଯାଇଥିବା ବେଳେ ଘରେ ୧୬ ବର୍ଷୀୟା ଝିଅ ଏକା ଥିବାବେଳେ ଏହାର ସୁଯୋଗ ନେଇ ପାଖ ପଡ଼ୋଶୀ ଘରର ଭାଇ ଏବଂ ଦାଦା ଘରେ ପଶି ଗଣଦୁଷ୍କର୍ମ କରିଥିଲେ। ଏ ସଂପର୍କରେ ନାବାଳିକା ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ଶୁକ୍ରବାର ଚନ୍ଦନପୁର ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ନାବାଳିକାଙ୍କ ସମ୍ପର୍କୀୟ ଭାଇ ଏବଂ ଦାଦାଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି। ଚନ୍ଦନପୁର ଆଇଆଇସି କହିଛନ୍ତି ଯେ, ଗତ ୨୨ ତାରିଖ କାଳୀପୂଜା ଭସାଣି ରାତିରେ ପୀଡ଼ିତା ଘରେ ଏକା ଥିଲେ। ଏହାର ସୁଯୋଗ ନେଇ ପଡ଼ୋଶୀ ଘରର ଭାଇ ଓ ଦାଦା ଘରେ ପଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାକୁ ସମ୍ବେଦନଶୀଳ ଭାବରେ ନେଇ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।











