ଆଜିଠାରୁ ଭାରତ ଏବଂ ଚୀନ୍ ମଧ୍ଯରେ ସିଧା ବିମାନ ସେବା ଆରମ୍ଭ ହେବ। କୋଲକାତାରୁ ଗୁଆଙ୍ଗଝୋଉକୁ ଉଡ଼ାଣ ଆରମ୍ଭ କରିବାକୁ ଇଣ୍ଡିଗୋ ବିମାନ ପ୍ରସ୍ତୁତ। ନଭେମ୍ବର ୧୦ ଠାରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ଉଡ଼ାଣ ପୁଣି ଆରମ୍ଭହେବ। ନଭେମ୍ବର ୯ ଠାରୁ ସାଂଘାଇ ଏବଂ ନୂଆ ଦିଲ୍ଲୀ ମଧ୍ଯରେ ବିମାନ ସେବା ଆରମ୍ଭ ହେବ। ଚୀନ୍ ଏୟାରଲାଇନର ଚାଇନା ଇଷ୍ଟର୍ଣ୍ଣ ଆରମ୍ଭ କରିବ ଏହି ବିମାନ ସେବା । ବନ୍ଦ ରହିଥିବା ବିମାନ ସେବାକୁ ପୁନଃପ୍ରଚଳନ କରିବା ସଂକ୍ରାନ୍ତରେ ଦୁଇ ଦେଶ ମଧ୍ୟରେ ବୈଷୟିକ କଥାବାର୍ତ୍ତା ଚାଲୁ ରହିଥିଲା। ଗଲୱାନ ସଂଘର୍ଷ ପରେ ପରେ କୋଭିଡ ସମସ୍ୟା ଯୋଗୁ ବିମାନ ସେବା ଅଧିକ ପ୍ରଭାବିତ ହୋଇଥିଲା।ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ନୂଆଦିଲ୍ଲୀ ଗସ୍ତ ପରେ ଗତ ମାସରେ ସିଧାସଳଖ ଉଡ଼ାଣ ପୁନଃ ଆରମ୍ଭ କରିବାର ପ୍ରଥମ ଘୋଷଣା କରାଯାଇଥିଲା। ଗତ ବର୍ଷଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ଦେଖା ଦେଇଛି ।














