ଆଇଏଏସ ଅଫିସର ବିନୋଦ କୁମାରଙ୍କୁ ପୁଣି ଜେଲ୍ ଦଣ୍ଡାଦେଶ । ବହୁ ଚର୍ଚ୍ଚିତ ଓଆରଏଚଡିସି ଦୁର୍ନୀତି ମାମଲାରେ ବିନୋଦଙ୍କ ସମେତ ଅନ୍ୟ ୬ଜଣଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦଣ୍ଡିତ କରିଛନ୍ତି । ଏକ ଋଣ ଜାଲିଆତି ମାମଲାରେ ବିନୋଦଙ୍କ ସମେତ ଅନ୍ୟ ୬ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଓ ୫୦ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ ହୋଇଛି । ଜରିମାନା ଅନାଦାୟ ହେଲେ ଅଭିଯୁକ୍ତମାନଙ୍କୁ ଆଉ ୬ମାସ ଅଧିକ ଜେଲ ଭୋଗିବାକୁ ପଡିବ ବୋଲି ବିଚାରପତି ରାୟ ଦେଇଛନ୍ତି । ୧ କୋଟି ଟଙ୍କାର ଫ୍ଲାଟ ଋଣ ନାଁରେ ଦୁର୍ନୀତି ମାମଲାରେ ତାଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି ।
ଓଡିଶା ରୁରାଲ ହାଉସିଂ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ ଦୁର୍ନୀତି ମାମଲାରେ ମୁଖ୍ୟ କାର୍ପଟଦାର ହେଉଛନ୍ତି ବିନୋଦ । ୧୯୯୯ ମହାବାତ୍ୟା ପରେ ଓଡିଶାର ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା କରିଥିଲେ । ଏହି ଯୋଜନାରେ ନୋଡାଲ ଏଜେନ୍ସି ଭାବେ କାମ କରୁଥିଲା ହୁଡକୋ । ହୁଡକୋ ସହ ରାଜିନାମା କରିଥିଲା ଓଆରଏଚଡିସି । ଏହି ନିର୍ମାଣ କାର୍ଯ୍ୟରେ ବ୍ୟାପକ ହେରଫେର ହୋଇଥିଲା । ରାଜିନାମାର ସର୍ତ୍ତ ଖିଲାପ କରି ଗ୍ରାମ୍ୟ ବିକାଶ ମଂଚ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା ।
ବାଲିପାଟଣା ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଏହି ଅନୁଷ୍ଠାନ ୨୧ ଲକ୍ଷ ଟଙ୍କା ଋଣ ନେଇଥିଲା । ବାତ୍ୟା ଆଶ୍ରୟସ୍ଥଳୀ ବାବଦକୁ ଆସିଥିବା ଟଙ୍କା ହଡପ ଅଭିଯୋଗରେ ତଦନ୍ତ କରୁଥିଲା ଭିଜିଲାନ୍ସ । ଏହି ଘଟଣାରେ ଭିଜିଲାନ୍ସ ମୋଟ ୨୨ଟି ମାମଲା ରୁଜୁ କରିଛି । ଏଥିମଧ୍ୟରୁ ୨୧ଟି ମାମଲା ବିନୋଦ କୁମାରଙ୍କ ନାଁରେ ଥିଲା ।

LEAVE A REPLY

Please enter your comment!
Please enter your name here