ପୂର୍ବତନ ମନ୍ତ୍ରୀ ଓ ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇ ଓରଫ ଡାନିଙ୍କ ଖରିଆର୍ ସ୍ଥିତ ଭଡ଼ା ଘରେ ରେଡ୍ କରିଛି ପୋଲିସ । ଉପନିର୍ବାଚନରେ ଖର୍ଚ୍ଚ ପାଇଁ ନବୀନଙ୍କ ଗସ୍ତ ପୂର୍ବରୁ ବିଜେଡିର ୫ କୋଟି ହୱାଲା ଟଙ୍କା ଆସିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଡାନିଙ୍କ ସମେତ ଏକାଧିକ ବିଜେଡି ନେତାଙ୍କ ଘରେ ପୋଲିସ ଚଢ଼ାଉ କରିଛି । ରେଡ୍‌ ବେଳେ କେୟାରଟେକର ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଚଢ଼ାଉକୁ ବେଆଇନ କହିବା ଭୟରେ ଏପରି କରାଯାଉଥିବା କହିଛି ବିଜେଡି । ଯାହାର ଜବାବ ରଖିଛି ବିଜେପି ।ନଭେମ୍ବର ୩ରେ ନୂଆପଡ଼ା ଆସି କାଣ୍ଡତିରା ପଂଚାୟତରେ ଜନସଭା କରିବେ ବିଜେଡି ସୁପ୍ରିମୋ। ନବୀନଙ୍କ ଗସ୍ତ ପୂର୍ବରୁ ଏହି କାଣ୍ଡତିରା ପଂଚାୟତରେ ମିଶ୍ରଣ ପର୍ବ କରିଛି ବିଜେପି ।ଅନ୍ୟପଟେ ନୂଆପଡ଼ା ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଛି । ସେପଟେ ନୂଆପଡ଼ା ଉପ-ନିର୍ବାଚନରେ ଜମୁଛି ପ୍ରଚାର । ପ୍ରଚାର ପାଇଁ ପରସ୍ପରକୁ ଟକ୍କର ଦେଉଛନ୍ତି ଦଳୀୟ ପ୍ରାର୍ଥୀ । ବିଜେପି ପକ୍ଷରୁ ବିଧାୟକ, ମନ୍ତ୍ରୀ, ସାଂସଦ ମାନେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here