ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ କମ୍ପାନୀର ମାଲିକ ପ୍ରଦୀପ ସିଂହଙ୍କ ଘରେ ରେଡ୍। ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ବର୍ତ୍ତମାନ ପର୍ଯ୍ୟନ୍ତ ଇଡିକୁ କେତେ ପରିମାଣର ତଥ୍ୟ ମିଳିଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।୫୦୦ କୋଟି ଟଙ୍କା ଚିଟଫଣ୍ଡ ଠକେଇ ମାମଲାରେ ବ୍ରହ୍ମପୁରରେ ଚଢାଉ କରିଛି। ସୂଚନା ଅନୁସାରେ, କିଛି ବର୍ଷ ତଳେ ଅନେକ ଲୋକଙ୍କ ଠାରୁ ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା କୋଟି କୋଟି ଟଙ୍କାର ଠକେଇ ହୋଇଥିବାର ଅଭିଯୋଗ ହୋଇଥିଲା । ଯାହାର ଆକଳନ ପ୍ରାୟ ୫୦୦ କୋଟି ହେବ ବୋଲି ଅଭିଯୋଗ ହୋଇଥିଲା । ୨୦୧୩ ମସିହାରେ କ୍ରାଇମବ୍ରାଞ୍ଚ ମଧ୍ୟ ମାମଲାର ତଦନ୍ତ କରୁଥିଲା । ଆଜି ଗୁରୁବାର ଦିନ ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ ସଂସ୍ଥାର କର୍ତ୍ତୃପକ୍ଷ ପ୍ରଦୀପ ସିଂହଙ୍କ ବ୍ରହ୍ମପୁର ସ୍ଥିତ ଅଯୋଧ୍ୟା ନଗର ଠାରେ ଥିବା ଏକ ଘରେ ଚଢାଉ କରିଛି ।














