ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷାବ୍ୟବସ୍ଥାରେ ତ୍ରୁଟି ଦେଖା ଦେଇଛି। ଶ୍ରୀମନ୍ଦିର ଭିତରୁ ଜବତ ହୋଇଛି ହିଡେନ୍‌ କ୍ୟାମେରା । ଗୁଜୁରାଟର ଶ୍ରଦ୍ଧାଳୁ ଭରତ ପାଣ୍ଡିଆ ନାମକ ଜଣେ ବ୍ୟକ୍ତି ହିଡେନ କ୍ୟାମେରା ନେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ବେଳେ ତାଙ୍କୁ ଧରିଥିଲେ ଜେଟିପି ଏବଂ ସେବାୟତ। ତାଙ୍କ ଠାରୁ ହିଡେନ କ୍ୟାମେରା ଲାଗିଥିବା ଚଷମା ଜବତ କରିବା ସହ ପଚରାଉଚରା କରିଛି ପୋଲିସ । ଭରତ ପାଣ୍ଡିଆଙ୍କୁ ସିଂହଦ୍ଵାର ଥାନାକୁ ହସ୍ତାନ୍ତର କରିଥିଲେ ଜେଟିପି ଏବଂ ସେବାୟତ । ସିଂହଦ୍ଵାର ଥାନା ପୋଲିସ ଭରତ ପାଣ୍ଡିଆଙ୍କ ଠାରୁ ହିଡେନ କ୍ୟାମେରା ଲାଗିଥିବା ଚଷମା କୁ ଜବତ କରିବା ସହ ତାଙ୍କୁ ପୋଲିସ ପକ୍ଷରୁ ପଚରାଉଚରା ମଧ୍ୟ କରାଯାଇଥିଲା ।ପୋଲିସ ପକ୍ଷରୁ ପଚରାଉଚରା କରାଯିବା ପରେ ଆଗାମୀ ଦିନରେ ତଦନ୍ତରେ ସହଯୋଗ କରିବା ସର୍ତ୍ତରେ ତାଙ୍କୁ ଥାନାରୁ ବେଲ ଦିଆଯାଇ ଛାଡ଼ି ଦିଆଯାଇଛି । ଶ୍ରୀମନ୍ଦିର ଭିତରୁ କ୍ୟାମେରା ଜବତ ହେଲେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆଇନ ନାହିଁ । କେବଳ ଜୋରିମାନା ଦେବାର ନିୟମ ରହିଛି । ଏଣୁ ରାଜ୍ୟ ସରକାର ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରି ଏଭଳି ବେଆଇନ୍ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ନିୟମ ଆଣିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here