ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ତାଙ୍କର ଟାରିଫ୍ ସପକ୍ଷରେ ମତ ରଖିଛନ୍ତି। ଟ୍ରମ୍ପ ଟାରିଫ ନୀତିର ବିରୋଧୀମାନଙ୍କୁ “ମୁର୍ଖ” ବୋଲି କହିଛନ୍ତି ଏବଂ ଉଚ୍ଚ ଆୟକାରୀ ଲୋକଙ୍କୁ ବାଦ ଦେଇ ସମସ୍ତଙ୍କୁ ଅତି କମରେ $୨,୦୦୦ (୧.୭୭ ଲକ୍ଷ ଟଙ୍କା) ପ୍ରତି ଆମେରିକୀୟଙ୍କୁ ଲାଭାଂଶ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି।ଯେଉଁମାନେ ଶୁଳ୍କ ବିରୋଧୀ ସେମାନେ ମୁର୍ଖ । ଟ୍ରମ୍ପ ସୋସିଆଲ ମିଡିଆ ଟ୍ରୁଥରେ ଲେଖିଛନ୍ତି ଯେ ଆମେରିକା “ବିଶ୍ୱର ସବୁଠାରୁ ଧନୀ, ସବୁଠାରୁ ସମ୍ମାନଜନକ ଦେଶ। ଯେଉଁଠି ମୁଦ୍ରାସ୍ଫୀତି ପ୍ରାୟତଃ ଶୂନ ଥିବାବେଳେ ଷ୍ଟକ୍ ବଜାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି।ସେ ଦାବି କରିଛନ୍ତି ଯେ, ଆମେରିକା ଟାରିଫ୍ ରୁ “ଟ୍ରିଲିୟନ ଡଲାର” ନେଉଛି ଏବଂ ଆମେରିକା ଶୀଘ୍ର ଆମର ବିଶାଳ ଋଣ, $୩୭ ଟ୍ରିଲିୟନ ପରିଶୋଧ କରିବା ଆରମ୍ଭ କରିବ।ଟ୍ରମ୍ପ କହିଛନ୍ତି ଯେ, ଦେଶରେ ରେକର୍ଡ ନିବେଶ ପ୍ରବାହିତ ହେଉଛି, ସମଗ୍ର ସ୍ଥାନରେ ପ୍ଲାଣ୍ଟ ଏବଂ କାରଖାନା ବୃଦ୍ଧି ପାଉଛି ଏବଂ ପ୍ରତି ବ୍ୟକ୍ତି ଅତି କମରେ $୨,୦୦୦ ଲାଭାଂଶ ସମସ୍ତଙ୍କୁ ପ୍ରଦାନ କରାଯିବ।














