ବିହାରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଶୁକ୍ରବାର ନିର୍ବାଚନ ଭୋଟ୍‌ ଗଣତି ଜାରି ରହିଛି । ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍‌ ପରେ ଇଭିଏମ୍‌ ଖୋଲିଛି । ତେବେ ଏହାରି ମଧ୍ୟରେ ପ୍ରାୟ ୫ ଘଣ୍ଟା ଧରି ଭୋଟ୍‌ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିହାରରେ NDAକୁ ଅଧିକ ବହୁମତ ମିଳୁଛି । ଏପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡ ଅନୁସାରେ NDA ୨୦୧ ଆସନରେ ଆଗୁଆ ରହିଛି । ସେହିପରି ମହାଗଠବନ୍ଧନ ମାତ୍ର ୩୭ ଆସନରେ ଆଗୁଆ ରହିଛି ।ବିହାରରେ ସରକାର କରିବା ପାଇଁ ୧୨୨ ଆସନ ଜିତିବା ଆବଶ୍ୟକ । ଆଉ ଯଦି ପ୍ରଥମ ଚାରି ଘଣ୍ଟାର ଟ୍ରେଣ୍ଡ ଦେଖିବା ତାହାଲେ ବିହାରରେ ପୁଣି ଥରେ NDA ସରକାର କରିବ । ସେପଟେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିହାରର ପ୍ରାରମ୍ଭିକ ଟ୍ରେଣ୍ଡ ଦର୍ଶାଉଛି ଯେ ବିଜେପି ସବୁଠାରୁ ବଡ଼ ଦଳ ଭାବରେ ଉଭା ହେଉଛି ।ମତ ଗଣନାର ଟ୍ରେଣ୍ଡ ଆସିବା ସହିତ ଧୀରେ ଧୀରେ ପାର୍ଟି କର୍ମୀଙ୍କ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି । ଟ୍ରେଣ୍ଡ ମୁତାବକ ଦୁଇ ତୃତୀୟାଂଶ ବିଧାନସଭା ଆସନ NDA ସପକ୍ଷରେ ଯାଉଛି । ଏବେ ସେଲିବ୍ରେସନ ମୋଡ଼ରେ ଅଛନ୍ତି NDA ସମର୍ଥକ ।

LEAVE A REPLY

Please enter your comment!
Please enter your name here