ସଦର ଥାନା ବେହେରାମପୁର ବସ୍ତିରେ ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ମାଜିଷ୍ଟ୍ରେଟ୍ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଜି ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ଜମିରେ ଥିବା ଘରକୁ ଚିହ୍ନଟ କରାଯାଇ ଜେସିବି ସାହାଯ୍ୟରେ ଭଙ୍ଗା ଯାଇଛି। ରବିବାର ରାତିରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ଅଞ୍ଚଳର ବେହେରାମପୁର ଏକ ବସ୍ତିରେ ଜଗତସିଂହପୁର ପୋଲିସର ଚଢ଼ାଉ ବେଳେ ଦୁଇ ସନ୍ଦିଗ୍ଧ ବାଂଲା ଦେଶୀ ଅଟକ ରହିଥିଲେ । ପୋଲିସର ଚଢ଼ାଉ ସମୟରେ ପୋଲିସ ଓ ବାଙ୍ଗଲାଦେଶୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ଅଞ୍ଚଳରେ ଏକ ଭଡା ଘରେ ୩୦ ରୁ ଉର୍ଦ୍ଧ ସନ୍ଦିଗ୍ଧ ବାଂଲାଦେଶୀ ଭଡା ରହୁଥିବା ସୂଚନା ମିଳିଥିଲା। ଘଟଣା ସ୍ଥଳରେ ୨୦୦ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ । ଚଢ଼ାଉ ବେଳେ ୧୦ରୁ ଉର୍ଦ୍ଧ ବାଙ୍ଗଲାଦେଶୀ ଫେରାର ହୋଇଯାଇଥିଲେ । ଚଢ଼ାଉ ବେଳେ ସେମାନଙ୍କ ଘରୁ ଗୋଟେ ଦେଶୀ ବନ୍ଧୁକ ଏବଂ ଅନ୍ୟାନ୍ୟ ବେଆଇନ ସାମଗ୍ରୀ ସହ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here