ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମୁଖ୍ୟ ଆସାମୀ ଉମରଙ୍କ ସହଯୋଗୀ ରସିଦ ଅଲ୍ଲୀକୁ ୧୦ ଦିନର ରିମାଣ୍ଡରେ ନେଲା ଏନଆଇଏ । ପଟିଆଲା ହାଉସ୍ କୋର୍ଟରେ ଆଜି ତାଙ୍କୁ ହାଜର କରାଇ ରିମାଣ୍ଡ ପାଇଁ ଅନୁମତି ନେଲା ଏନଆଇଏ। ପରେ ଅଦାଲତ ରସିଦକୁ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଥିଲା । ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗତକାଲି ରସିଦକୁ ଦିଲ୍ଲୀରୁ ଗିରଫ କରିଥିଲା ଏନଆଇଏ। ଗତ ସପ୍ତାହରେ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ଜଡିତ ହୁଣ୍ଡାଇ ଆଇ୨୦ କାର ଆମିର ରସିଦ ଅଲିଙ୍କ ମାଲିକାନାରେ ଥିଲା , ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରିଥିଲା ରସିଦ। ଦିଲ୍ଲୀ ଆସି କାର କିଣି ଆତଙ୍କୀ ଆକ୍ରମଣ ପାଇଁ ପୁରା ଯୋଜନା କରିଥିଲା। ନଭେମ୍ବର ୧୦ ତାରିଖରେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା,ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି, ଯେଉଁଥିରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆଜି ଆଉ ଜଣେ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକ ହେଲେ ବିନୟ ପାଠକ । ସେ ଦିଲ୍ଲୀ ଆୟା ନଗରର ବାସିନ୍ଦା ଅଟନ୍ତି । ବିସ୍ଫୋରଣରେ ତାଙ୍କର ଗୋଟିଏ ଗୋଡ଼ କଟି ଯାଇଥିବାବେଳେ ତାଙ୍କର ଶରୀର ୬୦ ପ୍ରତିଶତ ପୋଡ଼ିଯାଇଥିଲା । ସେ ଆଇସିୟୁରେ ଭେଣ୍ଟିଲେଟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୩ରେ ପହଁଚିଛି ।














