ଦୁବାଇ ଏୟାର ଶୋ’ରେ ଉଡ଼ାଣ ପ୍ରଦର୍ଶନ ବେଳେ ଜଳିଗଲା ଭାରତର ଯୁଦ୍ଧ ବିମାନ ତେଜସ୍। କ୍ରାସର କାରଣ ଜଣାପଡିନଥିବା ବେଳେ ପାଇଲଟଙ୍କର ମୃତ୍ୟୁ ହୋଇଥିବା ନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ବିମାନଟିରେ ନିଆଁ ଲାଗିଯାଇଥିଲା ଏବଂ ବିମାନବନ୍ଦର ଉପରେ କଳା ଧୂଆଁର ଆସ୍ତରଣ ଦେଖାଯାଇଥିଲା।ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ସମୟ ଆଜି (ଶୁକ୍ରବାର) ଅପରାହ୍ନ ୨.୧୦ରେ ଏହି ଅଘଟଣ ଘଟିଥିଲା । ଦୁବାଇରେ ଏୟାର ଶୋ’ରେ ନିଜ ଶକ୍ତି ଦେଖାଉଥିବା ସମୟରେ ହଠାତ ତଳକୁ ଖସିପଡିଥିଲା । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବାଟିକ ଟିମ୍ ଏହି ଏୟାର ଶୋର ଅଂଶଗ୍ରହଣ କରି ତେଜସ ପ୍ରଦର୍ଶନ କରୁଥିବା ସମୟରେ ଏହି ଅଘଟଣ ଘଟିଛି ।ଭାରତୀୟ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି ଦୁର୍ଘଟଣା ନେଇ ସ୍ପଷ୍ଟ କରାଯାଇଛି । ଦୁବାଇ ଏୟାର ଶୋରେ ଆକାଶ ମାର୍ଗରେ ପ୍ରଦର୍ଶନ ସମୟରେ ତେଜସ ଲଢୁଆ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ନେଇ କୁହାଯାଇଛି । ଦୁର୍ଘଟଣାର କାରଣ ଖୋଜିବା ନେଇ ଏକ ତଦନ୍ତ କମିଟି ଗଠନ କରାଯାଇଥିବା ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here