ପୂର୍ବତନ ପ୍ରଧାନ ବିଚାରପତି ବିଆର ଗବାଇ ସୋମବାର ନିଜର ଉତ୍ତରାଧିକାରୀ ବିଚାରପତି ସୂର୍ଯ୍ୟକାନ୍ତ ପାଇଁ ସରକାରୀ ମର୍ସିଡିଜ ବେଞ୍ଜ କାର ଛାଡି ଦେଇଛନ୍ତି । ଏହିପରି ଭାବେ ଶପଥ ଗ୍ରହଣ ସମାରୋହ ପରେ ରାଷ୍ଟ୍ରପତି ଭବନରେ ସେ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି । ନଭେମ୍ବର ୨୩ରେ ଅବସର ନେଇଥିବା ନ୍ୟାୟଧୀଶ ଗବାଇ ସରକାରୀ କାରରେ ରାଷ୍ଟ୍ରପତି ଭବନ ପହଞ୍ଚିଥିଲେ । ଆଉ ସମାରୋହ ପରେ ସେ ନିଜ ଗାଡିରେ ଯାଇଛନ୍ତି । ପ୍ରଧାନ ବିଚାରପତି ପଦରୁ ଅବସର ପାଇଥିବା ଜଷ୍ଟିସ ବିଆର ଗବାଇ ନ୍ୟାୟପାଳିକାକୁ ନେଇ କିଛି ଗୁରୁତ୍ଵପୂର୍ଣ୍ଣ ମତ ରଖିଛନ୍ତି। ସେ କହିଛନ୍ତି ଯେ ନିଜ କାର୍ଯ୍ୟକାଳରେ କେବେ ବି କୌଣସି ମାମଲାରେ ସରକାରଙ୍କ ପକ୍ଷରୁ ଚାପର ସମ୍ମୁଖୀନ ହୋଇ ନାହିଁ । ସରକାରଙ୍କ ଉପରୁ ଚାପ କେବେ ପଡିନି । କେସର ମେରିଟ୍ ଉପରେ ଶୁଣାଣି କରାଯାଇଛି । ସେ ଏକ ନେରେଟିଭକୁ ନେଇ ବଡ ବୟାନ ଦେଇଛନ୍ତି । ଜଷ୍ଟିସ ଗଭାଇ କହିଛନ୍ତି, କିଛି ଲୋକ ଭାବନ୍ତି ଯେ, ଯଦି ଆପଣ ପ୍ରତିଟି ନିଷ୍ପତ୍ତିରେ ସରକାରଙ୍କ ବିରୋଧରେ ନିଷ୍ପତ୍ତି ନ ଦିଅନ୍ତି ତେବେ ଆପଣ ନିରପେକ୍ଷ ବିଚାରପତି ନୁହନ୍ତି । ଏମିତି ଚିନ୍ତାଧାରା କଦାପି ଠିକ୍ ନୁହେଁ । ଏମିତି ଜାରି ରହିବ । ଜଷ୍ଟିସ ନାଗରତ୍ନାଙ୍କ କ୍ଷେତ୍ରରେ ଯଦି ମେରିଟ ରହିଥାନ୍ତା ତେବେ କଲେଜିୟମର ଅନ୍ୟ ୪ ଜଜଙ୍କ ସହମତି ପ୍ରକାଶ ପାଇଥାନ୍ତା। ସେ ଏହା ମଧ୍ୟ କହିଛନ୍ତି ଯେ ମୋର ଅବଶୋଷ ଯେ,ମୋ କାର୍ଯ୍ୟକାଳରେ କୌଣସି ମହିଳା ଜଜଙ୍କୁ ସୁପ୍ରିମକୋର୍ଟ ଆଣିବା ପାଇଁ ସୁପାରିଶ ହୋଇ ପାରିଲା ନାହିଁ ,ଅବସର ପରେ ସେ କୌଣସି ସରକାରୀ ପଦ କିମ୍ବା ରାଜ୍ୟପାଳ ପଦ ମଧ୍ୟ ଗ୍ରହଣ କରିବେ ନାହିଁ। ସେ କହିଛନ୍ତି ନିଜ ଜିଲ୍ଲାରେ ଆଦିବାସୀ ସମୁଦାୟର କଲ୍ୟାଣ ପାଇଁ କାମ କରିବେ।

LEAVE A REPLY

Please enter your comment!
Please enter your name here