କିଟ୍ ଛାତ୍ରାବାସରୁ ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ଛତିଶଗଡ଼ର ରାହୁଲ ଯାଦବ । ସେ କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଥମ ବର୍ଷର ଛାତ୍ର ଅଟନ୍ତି ।ଗତକାଲି ବିଳମ୍ବିତ ରାତିରେ ଅନ୍ୟ ରୁମର ପିଲାମାନେ ରାହୁଲଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ହଷ୍ଟେଲ୍ କର୍ତ୍ତୃପକ୍ଷ ଇନଫୋସିଟି ଥାନା ପୋଲିସକୁ ସୂଚନା ଦେଇଥିଲେ । ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମୃତ ଦେହ ମିଳିଛି । ଇନଫୋସିଟି ଥାନା ପୋଲିସ ଶବକୁ ଜବତ କରି ଶବଗୃହରେ ରଖିଛି । ଏ ନେଇ ଏସିପି ସୋନାଲ୍ ସିଂ ପରମାର ସୂଚନା ଦେଇଛନ୍ତି । ଏ ନେଇ ପୋଲିସ ତାଙ୍କ ପରିବାରକୁ ସୂଚନା ଦେଇଛି । ସେମାନେ ଏବେ ଓଡ଼ିଶା ଆସୁଛନ୍ତି । ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ଉକ୍ତ ରୁମକୁ ସିଲ୍ କରିଛି । ଏହା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । କିଟ୍‌ରେ ଛାତ୍ର ମୃତ୍ୟୁ ଘଟଣା ନିୟମିତ ଭାବରେ ବଢ଼ୁଛି । ବର୍ଷକ ମଧ୍ୟରେ ବିଶ୍ବବିଦ୍ୟାଳୟର ମୋଟ ୩ ଛାତ୍ରଛାତ୍ରୀ ପ୍ରାଣ ହାରିଛନ୍ତି। ଫେବୃୟାରୀ ୧୬ରେ ପ୍ରଥମେ ଜଣେ ନେପାଳୀ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ମେ ୧ରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏବେ ଡିସେମ୍ବର ୧ରେ ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here