କଟକ ଜିଲାପାଳଙ୍କ ଉପସ୍ଥିତିରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। କଟକ ଜିଲା ବାଙ୍କୀରେ ସୋମବାର ଜନ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ଦେହରେ ପେଟ୍ରୋଲ ଢାଳିବା ବେଳେ ପୋଲିସ ମହିଳାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।ବାରମ୍ବାର ଅଭିଯୋଗ ପରେ ମଧ୍ୟ ପରିବାର ମଙ୍ଗଳ ଯୋଜନା ସହାୟତା ମିଳୁ ନ ଥିବାରୁ ମହିଳା ଜଣକ ଏଭଳି ଚରମ ନିଷ୍ପତ୍ତି ନେଉଥିବା ଜିଲାପାଳଙ୍କ ଆଗରେ ଅଭିଯୋଗ କରିଛନ୍ତି। ଜିଲାପାଳ ଅଭିଯୋଗକୁ ଗ୍ରହଣ କରି ତଦନ୍ତ କରିବାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଗଜପତିରେ ବି ସମାନ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମହାଦେଇ ପୁର ଗ୍ରାମର ମନାସି ଜେନା। ଗୁରାଣ୍ଡି ଥାନା ଅଧିକାରୀ ମହିଳାଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ କରିଥିଲେ, ଥାନା ବାବୁ ତାଙ୍କୁ ଗାଡ଼ିରେ ବୁଲେଇ ନେବି ଓ ଲର୍ଜ୍ କୁ ଡାକୁଥିବା କହି ସଙ୍ଗୀନ ଅଭିଯୋଗ କରୁଥିଲେ। ଏଥିପାଇଁ ସେ ପୃର୍ବରୁ ଗଜପତି ଏସପି ଓ ପାରଳାଖେମୁଣ୍ଡି ଥାନା ର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ମିଳିନଥିଲା। ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣୀ ଶିବିର ଚିଲିଥିବା ସମୟରେ ଏଡିସନାଲ ଏସପିଙ୍କୁ ଦାବି ପତ୍ର ପ୍ରଦାନ କରି ସେଠାରେ ଥିବା ଝରକାରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ଏଡିସନାଲ୍ ଏସପି ପହଞ୍ଚି ମହିଳାଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here