ଭଦ୍ରକରେ ବିଜେଡିକୁ ଲାଗିଛି ପୁଣି ଏକ ଝଟ୍‌କା। ଆଜି ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ। ବାସୁଦେବପୁର ବ୍ଳକ ଅଧ୍ୟକ୍ଷ ନଗେଦ୍ର ପ୍ରସାଦ ବିଶ୍ଵାଳ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦିନକୁ ଦିନ ବିଜେଡି ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଏବେ ସେ କେଉଁ ରାଜନୈତିକ ଦଳରେ ସାମିଲ ହେବେ ସ୍ପଷ୍ଟ କରିନାହାନ୍ତି। ଜିଲାର ସମସ୍ତ ୭ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ହାତରେ ଥିଲା , କିନ୍ତୁ ଏବେ ଏକାଥରେ ୪ ବ୍ଲକ ଅଧ୍ୟକ୍ଷ ଓ କିଛି କର୍ମକର୍ତ୍ତାଙ୍କ ଇସ୍ତଫା ବିଜେଡିକୁ ଦୁର୍ବଳ କରିଦେବ ବୋଲି ଆଲୋଚନା ହେଉଛି। ଚାରି ବ୍ଲକ ଅଧ୍ୟକ୍ଷ ଛାଡିବାପରେ ଭଦ୍ରକ ନେତା ବିଧାୟକ ସଞ୍ଜୀବ ମଲ୍ଳୀକ, ବରିଷ୍ଠ ନେତା ପ୍ରଫୁଲ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ ଡାକି ନବୀନ ନିବାସରେ ବୈଠକ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here