ଔଷଧ ବଦଳରେ ଭଦ୍ରକରେ ଚାଲିଥିଲା ମଦ ବେପାର , ଔଷଧ ଦୋକାନରୁ ବାହାରିଲା ମଦ ବୋତଲ । ଭଦ୍ରକ ସହରର ବାଇପାସ୍ ନିକଟରେ ଏକ ଚୋରା ମଦ ବେପାର ଖୁଲାସା କରିଛି ଜନ ସ୍ୱାସ୍ଥ୍ୟ ବିଭାଗ । ସୂଚନା ଅନୁଯାୟୀ, ଆଜି ଭଦ୍ରକ ସହରରେ ବାଇପାସ୍ ରୋଡରେ ଥିବା ଶ୍ରୀଗଣେଶ ନାମକ ଔଷଧ ଦୋକାନରେ ଜନ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଲାଇସେନ୍ସ ଯାଞ୍ଚ କରିବାକୁ ଆସିଥିଲା । ଲାଇସେନ୍ସ ଯାଞ୍ଚ ସମୟରେ ଏକ ବିଦେଶୀ ମଦ ବୋତଲ ଭର୍ତ୍ତି ପେଟି ମିଳିଥିଲା । ଏହା ପରେ ଟିମ୍ ଟାଉନ୍ ଥାନା ପୋଲିସକୁ ଖବର ଦେବାପରେ ପୋଲିସ ଉପସ୍ଥିତିରେ ଦୋକାନରେ ଚଢ଼ଉ ହୋଇଥିଲା । ଚଢଉ ପରେ ଦୋକାନ ଭିତରୁ ୩ଟି ମଦ ବୋତଲ ପେଟି ମିଳିଥିଲା ବୋଲି ସୂଚନା ଦେଇଛନ୍ତି ଡ୍ରଗ୍ସ ଇନସ୍ପେକ୍ଟର ଦୀପକ ଜେନା । ଯାଞ୍ଚରୁ ଜଣାପଡ଼ିଛି ଯେ ଔଷଧ ଦୋକାନର ଲାଇସେନ୍ସ ୨୦୨୩ରୁ ଶେଷ ହୋଇସାରିଛି ପରେ ଏହାକୁ ନବୀକରଣ କରାଯାଇନାହିଁ । ୩ ବର୍ଷ ହେବ ବିନା ଲାଇସେନ୍ସରେ ଦୋକାନରେ ଔଷଧ ବିକ୍ରି କରାଜାଉଛି।














