ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ, ପିସିସି ସଭାପତିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ , ଏହା ମୋକିମଙ୍କ ଉପରେ ଭାରି ପଡ଼ିଛି କାରଣ ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପିସିସି । ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ସୂଚନା ଅନୁଯାୟୀ, କିଛିଦିନ ତଳେ ମହମ୍ମଦ ମୋକିମ ,ସୋନିଆଙ୍କୁ ଚିଠି ଲେଖି ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଚିଠିରେ ମୋକିମ କହିଥିଲେ, ୩ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ମିଳିଛି ଦଳର ନେତୃତ୍ୱ। ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମଠାରୁ ପୁରା ଅଲଗା। ଜୟପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧୀ ପରିବାରକୁ ସମାଲୋଚନା କରିଥିଲେ। ସେ ଓ ତାଙ୍କ ପୁଅ କୋଶଳ ଆନ୍ଦୋଳନକୁ ସମର୍ଥନ କରିବା ଚିନ୍ତାଜନକ। ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ବରେ ୮୩ ହଜାର ଭୋଟ୍‌ରେ ହାରିଥିଲା। ନୂଆପଡ଼ା ତାଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନିରାଶାଜନକ ହୋଇଛି। ନିଜ ସଂସଦୀୟ କ୍ଷେତ୍ର ବିଶ୍ବାସ କରୁନି, କର୍ମୀ ବିଶ୍ବାସ ନକରିବା ସ୍ବାଭାବିକ। ଓଡ଼ିଶାରେ କଂଗ୍ରେସକୁ ନେତୃତ୍ବ ଦେବା ଅସମ୍ଭବ ବ୍ୟାପାର। ପୂର୍ବ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ମୋକିମ। ଶରତଙ୍କ ନେତୃତ୍ବରେ ୨୦୨୪ରେ କଂଗ୍ରେସ ସର୍ବନିମ୍ନ ୧୩ ପ୍ରତିଶତ ଭୋଟ୍ ପାଇଥିଲା। ନିଜେ ଶରତ ପଟ୍ଟନାୟକ ନିର୍ବାଚନରେ ଅମାନତ ହରାଇଥିଲେ। ଆଜିକା ଦିନରେ କଂଗ୍ରେସକୁ ପୁର୍ନଜୀବନ ଦରକାର ବୋଲି ମୋକିମ କହିଥିଲେ। ଏହାସହିତ ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି ସହ ଯୁବ ନେତୃତ୍ବ ଦରକାର ବୋଲି କହିବା ସହ ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଥିଲେ । ମହମ୍ମଦ ମୋକିମଙ୍କ ଚିଠି ପରେ କଂଗ୍ରେସରେ ତୀବ୍ର ପ୍ରଭାବ ଦେଖା ଦେଇଥିଲା। ଏହାର ପ୍ରତିକ୍ରିୟା ରଖି ପିସିସି ସଭାପତି କହିଥିଲେ ଯେ, ଯେଉଁମାନେ ବିଜେପି ସଂସ୍ପର୍ଶରେ ଅଛନ୍ତି ସେମାନେ ଦଳ ଛାଡିଯାଆନ୍ତୁ। ଏହର ଗାଟିଏ ଦିନରେ ମୋକିମଙ୍କୁ ଦଳରୁ ବହିଷ୍କାର କରାଯାଇଛି।

LEAVE A REPLY

Please enter your comment!
Please enter your name here