ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୋଲିସ ମାଡ଼ାମ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ସୁକମା ହାଁସଦା ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ିଛନ୍ତି । ପୋଲିସ ମାଡ଼ାମ ମାମଲାକୁ ରଫାଦଫା କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଆଜି ତାଙ୍କୁ ଧରିଛନ୍ତି । କୋରାପୁଟ ଜିଲ୍ଲା ଦଶମନ୍ତପୁର ପୋଲିସ ଷ୍ଟେସନର ଭାରପ୍ରାପ୍ତ ଇନ୍ସପେକ୍ଟର ସୁକମା ହାଁସଦାହ ଏକ ମାମଲାରେ କୋର୍ଟରେ କେସ୍ ଡାଏରୀ ଦାଖଲ କରିବା ପାଇଁ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । କେସ୍ ଡାଏରୀ ଉପସ୍ଥାପନ କରିବା ଏବଂ ଜାମିନ ପ୍ରଦାନ କରିବା ପାଇଁ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ଦାବି କରିଥିଲେ । ବ୍ୟକ୍ତି ଜଣକ ଏହି ଘଟଣା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ଆଇଆଇସି ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଆଇଆଇସିଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି।ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଦିଗରୁ ତାଙ୍କର ବାସଭବନରେ ଚଢ଼ଉ କରାଯାଇଛି। ତାଙ୍କ ବିରୁଦ୍ଧରେ କୋରାପୁଟ ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here