ଲାଞ୍ଚ ନେଇ ଗିରଫ ହୋଇଥିବା କୋରାପୁଟ ଦଶମନ୍ତପୁର ଥାନାଧିକାରୀ ସୁକମା ହାଁସଦାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। । ଥାନାଧିକାରୀ ସୁକମାଙ୍କୁ ଏକ ଲାଞ୍ଚ ମାମଲାରେ ଗିରଫ କରିଥିଲେ । ସୂଚନା ଅନୁଯାୟୀ, ଏକ ମାମଲାରେ ରଫାଦଫା କରିବାକୁ ଥାନାଧିକାରୀ ସୁକମା ୨୦ ହଜାର ମାଗିଥିଲେ। ଗତ ୧୮ ତାରିଖରେ ୨୦ ହଜାର ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଏହାପରେ ତଦନ୍ତ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।














