ଲଣ୍ଡନରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ କରୁଥିବା ଏକ ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ ମିଳିଛି। ସୂଚନା ଅନୁଯାୟୀ ଲଣ୍ଡନ ହିଥ୍ରୋରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରୁଥିବା ଏକ ବ୍ରିଟିଶ ଏୟାରୱେଜ୍ ବିଏ-୨୭୭ ଇମେଲ୍ ମାଧ୍ୟମରେ ବୋମା ଧମକ ପାଇଥିଲା। ଏହା ପରେ ବିମାନକୁ ସୁରକ୍ଷିତ ଭାବେ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ଅବତରଣ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଏହାକୁ ଯାଞ୍ଚ କରିଥିଲେ। ସନ୍ଧାନୀ କୁକୁର ଦ୍ବାରା ଯାଞ୍ଚ କରାଯାଇଥିଲା। ପରେ ବିମାନଟି ସୁରକ୍ଷିତ ଭାବେ ହିଥ୍ରୋକୁ ଉଡାଣ ଭରିଥିଲା।ବିମାନ ବନ୍ଦର ଅଧିକାରୀମାନେ କହିଛନ୍ତି ଯେ ବିମାନ ଯାତ୍ରା ସମୟରେ ଏକ ଇମେଲ୍ ମାଧ୍ୟମରେ ହାଇଦ୍ରାବାଦ ବିମାନବନ୍ଦରକୁ ବୋମା ଧମକ ମିଳିଥିଲା। ଆବଶ୍ୟକୀୟ ପ୍ରୋଟୋକଲ୍ ପାଳନ କରିବା ପରେ, ମଙ୍ଗଳବାର ସକାଳେ ବିମାନଟି ସୁରକ୍ଷିତ ଭାବରେ ହାଇଦ୍ରାବାଦରେ ଅବତରଣ କରିଥିଲା । ଏହି ମାସରେ, ମଦିନାରୁ ହାଇଦ୍ରାବାଦ ଏବଂ ସାରଜାହାରୁ ହାଇଦ୍ରାବାଦକୁ ଉଡାଣ ଭରିଥିବା ଇଣ୍ଡିଗୋ ବିମାନକୁ ମଧ୍ୟ ଦୁଇଟି ସମାନ ବୋମା ଧମକ ଇମେଲ୍ ଦ୍ବାରା ଆସିଥିଲା ।

LEAVE A REPLY

Please enter your comment!
Please enter your name here