ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପ୍ରଶାସନ ପକ୍ଷରୁ ହୋଇଛି କାର୍ଯ୍ୟାନୁଷ୍ଠାନ । ଗତକାଲି ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ୧୦ ବର୍ଷର ନାବାଳିକା ଅପରାହ୍ନ ପ୍ରାୟ ୨ଟାରେ ଘରୁ ବାହାରି ଆସିଥିଲେ କିନ୍ତୁ ସଞ୍ଜ ହେବା ପରେ ମଧ୍ୟ ଝିଅ ଘରକୁ ଫେରି ନଥିଲା । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଘଞ୍ଚ ଜଙ୍ଗଲରୁ ନାବାଳିକାର ଉଲଗ୍ନ ମୃତ ଦେହ ଉଦ୍ଧାର କରିଥିଲେ । ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲା । ଗତକାଲି ଠାରୁ ସ୍ଥାନୀୟ ଅଞ୍ଚଳରେ ନ୍ୟାୟ ଦାବିରେ ଉତ୍ତେଜନା ଲାଗି ରହିଛି । ଘଟଣାଟି ଘଟିଥିବା ସ୍ଥାନରେ, ରହିଥିବା ଜବର ଦଖଲକୁ ପ୍ରଶାସନ ଉଚ୍ଛେଦ କରିଛି । ଆଭିଯୁକ୍ତର ଘରକୁ ମହିଳାମାନେ ଭାଙ୍ଗି ଦେଇଛନ୍ତି ଏବଂ ସ୍ଥାନୀୟ ବାସିନ୍ଦା ପଞ୍ଚାୟତ କାର୍ଯ୍ୟାଳୟର ତାଲା ଭାଙ୍ଗି ଘେରାଉ କରିଛନ୍ତି । ଆସନ୍ତାକାଲି ଦୁଇ ବିରୋଧୀ ଦଳ ବିଜୁ ଜନତା ଦଳ ଏବଂ ରାଜ୍ୟ କଂଗ୍ରେସ ଚାନ୍ଦବାଲି ବନ୍ଦ ଡାକରା ଦେଇଛନ୍ତି । ଦୁଇ ଦଳ ପୃଥକ ପୃଥକ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ବିଜେଡ଼ି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ ଆସନ୍ତାକାଲି ସକାଳ ୬ରୁ ଦିନ ୧୨ଟା ଯାଏଁ ଚାନ୍ଦବାଲି ବ୍ଲକ ବନ୍ଦ ରହିବ । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ବନ୍ଦ ପାଳନ କରାଯିବ । ସ୍ଥାନୀୟ କଂଗ୍ରେସ ନେତା ଦିଗମ୍ବର ଦାସ ମଧ୍ୟ ବନ୍ଦ ଡାକରା ନେଇ ସୂଚନା ପ୍ରଦାନ କରିଛନ୍ତି । ନଗର ଓ ଯୁବ କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ କରାଯିବ । ବନ୍ଦ ବେଳେ ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଯାନବାହାନ ଚଳାଚଳ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here