ବିଜେପି ପାର୍ଟି ଅଫିସ୍ରେ ଆଜି ଅନୁଷ୍ଠିତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ । ଏହି ବୈଠକରେ ସେ ଭିବି ଜି ରାମ ଜି ବିଲ୍ର ଉପକାରିତା ନେଇ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଏକ ମାତ୍ର ଲକ୍ଷ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଣତ କରିବା। ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ଵରାଜ୍ୟ ସ୍ଵପ୍ନ କୁ ପୁରା କରିବା ଲକ୍ଷ୍ୟ ନେଇ କରାଯାଇଛି। କୌଣସି ରାଜନୈତିକ ଫାଇଦା ଉଠାଇବା ଏହାର ଲକ୍ଷ୍ୟ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଭିବି ଜି ରାମ ଜି ଆଇନକୁ ନେଇ ବିରୋଧୀ ଦଳ ମାନେ ଅପପ୍ରଚାର କରୁଛନ୍ତି। କୃଷକ ବିରୋଧୀ ଓ ଗରିବ ବିରୋଧୀ ବୋଲି କହୁଛନ୍ତି ବିରୋଧୀ ଦଳ। କୃଷକ ଓ ଶ୍ରମିକ ମାନଙ୍କ ଅଧିକାର ସୁରକ୍ଷା ପାଇଁ ଆଇନରେ ବ୍ୟବସ୍ଥା କରାଯାଇଛି। ସୃଷ୍ଟି ହେଉଥିବା ଭ୍ରାନ୍ତିକୁ ଦୂର କରିବା ହେଉଛି ଆଜିର ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କୃଷକ ଓ ଗରିବଙ୍କ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ସମୟରେ ସ୍ଵାଧୀନତା ପୂର୍ବରୁ ଓ ପରେ ମଧ୍ୟ ବ୍ୟବସ୍ଥା ଥିଲା କିନ୍ତୁ ଲୋକଙ୍କୁ କାମ ମିଳୁନଥିଲା ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବିହାରରେ ୬ ହଜାର କୋଟିର ଦୁର୍ନୀତି ହୋଇଥିଲା। ଉତ୍ତରପ୍ରଦେଶରେ ୧୦ ହଜାର କୋଟିର ଦୁର୍ନୀତି ହୋଇଥିଲା। ଓଡ଼ିଶାର ସମ୍ବଲପୁରରେ ୨୦୧୨ରେ କିଛି ମୃତ ଏବଂ ବର୍ଦ୍ଧକ୍ୟ ଭତ୍ତା ପାଉଥିବା ଲୋକଙ୍କୁ ବି କାମ ଦିଆଯାଇଥିଲା। ଯାହା ଦୁର୍ନୀତି ବୋଲି ସ୍ପଷ୍ଟ ହେଉଥିଲା। ତେଣୁ ନୂଆ ମିଶନରେ ଢାଞ୍ଚାଗତ ସମସ୍ୟା, ବାଟମାରଣା, ଦୁର୍ନୀତିକୁ କେମିତି ରୋକଯାଇ ପାରିବ ତାହା ମୂଳ ଲକ୍ଷ୍ୟ। ୨୦୪୭ ଲକ୍ଷ୍ୟ ରଖି ଫ୍ରେମୱାର୍କ କରାଯାଇଛି ଏବଂ ୧୦୦ ଦିନ ବଦଳରେ ୧୨୫ କର୍ମ ନିଯୁକ୍ତି ପାଇବା ପାଇଁ ପ୍ରବଧାନ ରହିଛି।












