ଝାଡ଼ଖଣ୍ଡର ହଜାରିବାଗ ସଦର ଥାନା ନିକଟସ୍ତ ହବିବିନଗର ଅଞ୍ଚଳରେ ବୋମା ବିସ୍ଫୋରଣରେ ୩ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ବୁଧବାର ସଫେଇ କାମ ଚାଲିଥିବାବେଳେ ବିସ୍ଫୋରଣ ହୋଇଛି । ଗୁରୁତର ଆହତମାନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ହବିବିନଗରରେ ବୁଦା ସଫା କରାଯାଉଥିଲା ବେଳେ ମାଟିରେ ପୋତା ହୋଇଥିବା ଏକ ବୋମା ହଠାତ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ପାଖରେ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ଘଟଣାସ୍ଥଳରେ ଚିତ୍କାର ଏବଂ ପାଟିତୁଣ୍ଡ ହୋଇଥିଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରିଥିଲା ଓ ଆହତମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିଥିଲା। ପୋଲିସ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି। ଏହି ଅଞ୍ଚଳରୁ ପୂର୍ବରୁ ମଧ୍ୟ ଏଭଳି ବୋମା ବିସ୍ଫୋରଣ ହୋଇ ଆସୁଛି । ପୋଲିସ କହିଛି ଯେ ଦୋଷୀମାନଙ୍କୁ ବହୁତ ଶୀଘ୍ର ଚିହ୍ନଟ କରାଯିବ ଏବଂ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣା ପରେ, ସେହି ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୨୦୧୬ ମସିହାରେ,ସେହି ଅଞ୍ଚଳରେ ବୋମା ତିଆରି କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା ଏବଂ ପାଞ୍ଚ ଜଣ ପ୍ରାଣ ହରାଇଥିଲେ।

LEAVE A REPLY

Please enter your comment!
Please enter your name here