ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳର ଏକ ବିଲରୁ ମହିଳାଙ୍କ ନିବସ୍ତ୍ର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଉଛନ୍ତି ଗୋପାଳ ଲାକ୍ରାଙ୍କ ପତ୍ନୀ ଗୁରୁବାରୀ ମାଝୀ । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକେ ବିଲରେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ପଡିଥିବାର ଦେଖିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମହିଳାଙ୍କୁ କିଏ ଏବଂ କାହିଁକି ହତ୍ୟା କଲା ତାହା ଜଣା ପଡ଼ିନାହିଁ । ପୋଲିସ ଗୁରୁବାରୀଙ୍କ ସ୍ୱାମୀ ଗୋପାଳ ଲାକ୍ରାଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି । ଶବବ୍ୟବଚ୍ଛେଦ ପରେ ଏହା ଦୁଷ୍କର୍ମ କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।














