ବିଜେଡି ଦଳରୁ ନିଲମ୍ବିତ ହୋଇଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳରୁ ନିଲମ୍ବନ ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଅରବିନ୍ଦ ମହାପାତ୍ରସେ କହିଛନ୍ତି ,ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହିଁ , ‘କାହିଁକି ନିଲମ୍ବନ ହେଲି ଜଣାନାହିଁ, ଏହି ଘଟଣା ବିଷୟରେ ମୁଁ ପ୍ରଥମେ ଗଣମାଧ୍ୟମରୁ ଜାଣିଲି। ସେ କହିଛନ୍ତି, ମୋତେ କାହିଁକି ନିଲମ୍ବନ କରାଗଲା ମୁଁ ଜାଣିନାହିଁ। ଦଳ ତରଫରୁ ଏପର୍ଯ୍ୟନ୍ତ ମୋତେ କିଛି ସୂଚନା ମଧ୍ୟ ଦିଆ ଯାଇନାହିଁ। ମୁଁ ଦଳକୁ ଅସୁବିଧାରେ ପକାଇଲା ଭଳି କୌଣସି କାର୍ଯ୍ୟ ମଧ୍ୟ କରିନାହିଁ। ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପାଇଁ ସବୁବେଳେ କାମ କରୁଥିଲି। ମେଳି ବାବଦରେ ଉତ୍ତର ରଖି ସେ କହିଛନ୍ତି ଯେ, ମୁଁ କୌଣସି ମେଳିକୁ କିମ୍ବା ଭୋଜିକୁ ଯାଇନାହିଁ । ନିଲମ୍ବନର କାରଣ ବାପା ବିଜୟ ମହାପାତ୍ର କି ? ବୋଲି ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି, ମୋ ବାପା ହେଉଛନ୍ତି ଜଣେ ସ୍ୱତନ୍ତ୍ର ଓ ବରିଷ୍ଠ ନେତା। ସେ କଣ କରିବେ ତାଙ୍କ କଥା। ତାଙ୍କୁ ବିବାଦ ଭିତରକୁ ଟାଣିବାକୁ ଚାହୁଁନି ବୋଲି କହିଛନ୍ତି ଅରବିନ୍ଦ। ବିଜେଡିରେ କୌଣସି ନେତାଙ୍କ ସହ ମୋର ମତାନ୍ତର ମଧ୍ୟ ହୋଇନାହିଁ। କଣ ପାଇଁ ନିଲମ୍ୱିତ କରାଗଲା ତାହାର କାରଣ ମଧ୍ୟ ମୁ ଜାଣି ନାହିଁ ବୋଲି କହିଛନ୍ତି ଅରବିନ୍ଦ।

LEAVE A REPLY

Please enter your comment!
Please enter your name here