ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବ୍ରହ୍ମପୁରରୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଯୁବକ ଜଣକ ହେଲେ ବିପିନି ସାବତ । ସୁଚନା ଅନୁଯାୟୀ, ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ଏଭଳି ଅଭିଯୋଗ ଆଣିଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ମୁତାବିକ ଦିର୍ଘ ଦିନ ଧରି ତାଙ୍କ ସହ ଯୁବକ ଜଣକ ଲିଭ୍ ଇନରେ ଥିଲେ , ମଦ୍ୟ ପାନ କରି ମାଡ ଓ ଗାଳି ଗୁଲଜ ମଧ୍ୟ କରୁଥିଲେ। ଉଭୟଙ୍କ ମଧ୍ୟରେ ସଂପର୍କ ତୁଟିବା ପରେ ପୁଣି ଯୁବକ ଜଣଙ୍କୁ ତାଙ୍କ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ଏହାକୁ ନେଇ ସେ ମାନସିକ ଚାପରେ ରହୁଥିଲେ। ତାଙ୍କ ବିନା ଇଚ୍ଛାରେ ଜୋର ଜବରଦସ୍ତ କରିଥିବା ନେଇ ଥାନାରେ ଅଭିଯୋଗ ଆଣିବା ପରେ ଏବେ ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ପ୍ରତିକ୍ରିୟାରେ କହିଛି ଯେ ତାଙ୍କୁ ଫସାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here