ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ପରଲୋକ ଘଟିଛି। ସେ ଲିଭର ଜନିତ ରୋଗରେ ପୀଡିତ ଥିଲେ। ଗତ ବର୍ଷ ସେପ୍ଟେମ୍ବର ୪ରେ ସଙ୍କଟାପନ୍ନ ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେ ଅକ୍ଟୋବର ୨୩ ତାତିଖରୁ ICUରୁ ବାହାରିଥିଲେ ଓ ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ଫୁସଫୁସ ସଂକ୍ରମଣରେ ଗୁରୁତର ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏକାଧିକ ରୋଗରେ ମଧ୍ୟ ସଂକ୍ରମଣ ହୋଇଥିଲେ। ସେ କୋମାରେ ରହି ଧିରେ ଧିରେ ସୁସ୍ଥ ହେଉଥିଲେ। ହସ୍ପିଟାଲରୁ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ ଓ ଗତ କାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ ଅନୁଯାୟୀ, ସେ କ୍ୟାସେଟ୍ ରେ ସଙ୍ଗୀତ ଦେଇ ଓଡ଼ିଆ ସଙ୍ଗୀତଜଗତରେ ପ୍ରବେଶ କରିଥିଲେ। ହେଲେ ୨୦୦୦ ମସିହାରେ ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ‘କାଶିଆ କପିଳା’ ସିନେମା ଜରିଆରେ ନିଜର ସିନେ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ ଅଭିଜିତ୍‌। ସେ ପ୍ରାୟ ୬୦ରୁ ଅଧିକ ସିନେମାରେ ସଂଗୀତ ଦେଇଥିବା ବେଳେ ୧୦୦ ଊର୍ଦ୍ଧ୍ବ ଆଲବମ୍‌ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କୁ ୨୦୧୦ ମସିହାରେ ‘ତୁ ଥା ମୁଁ ଯାଉଛି ରୁଷି’ ସିନେମା ପାଇଁ ଓ ୨୦୨୨ ମସିହାରେ ‘ତୃଷ୍ଣା’ ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ରହିଛି -ଟ୍ବିଙ୍କଲ୍‌ ଟ୍ବିଙ୍କ୍‌ଲ ଲିଟିଲ୍‌ ଷ୍ଟାର୍‌, ନାଚିବ ଗବର ସିଂହ, ମାଧବ ହେ ମାଧବ,ବାଳୁଙ୍ଗା ଟୋକା ଓ ସଜନୀ ସଜନୀ ।

LEAVE A REPLY

Please enter your comment!
Please enter your name here