ଆମେରିକାକୁ ଚୀନର ପରମାଣୁ ଅସ୍ତ୍ର ବିଷୟରେ ସୂଚନା ପ୍ରଦାନ କରିବାର ଅଭିଯୋଗ ଆସିଛି ଚୀନର ବରିଷ୍ଠ ଜେନେରାଲ ଝାଙ୍ଗ ୟୁକ୍ସିଆଙ୍କ ବିରୁଦ୍ଧରେ। ଏକ ରିପୋର୍ଟ ଅନୁଯାୟୀ ବରିଷ୍ଠ ଜେନେରାଲ ଟଙ୍କା ଏବଂ ପଦୋନ୍ନତି ପାଇଁ ଆମେରିକାକୁ ଗୁପ୍ତ ସୂଚନା ପ୍ରଦାନ କରୁଥିଲେ। ବରିଷ୍ଠ ଜେନେରାଲଙ୍କ ବିରୁଦ୍ଧରେ ଅଭିଯୋଗ ଜାନୁଆରୀ ୨୪ରେ ବରିଷ୍ଠ ସାମରିକ ଅଧିକାରୀମାନଙ୍କ ଉପସ୍ଥିତିରେ କରାଯାଇଥିଲା। ଚୀନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା ପରେ ଝାଙ୍ଗଙ୍କ ବିରୁଦ୍ଧରେ ତଦନ୍ତ ଘୋଷଣା କରିଥିଲା। ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଝାଙ୍ଗ ୟୁକ୍ସିଆ ଦଳୀୟ ଶୃଙ୍ଖଳା ଏବଂ ରାଜ୍ୟ ଆଇନର ଗମ୍ଭୀର ଉଲ୍ଲଂଘନ କରିଥିବା ସନ୍ଦେହ କରାଯାଉଅଛି। ମନ୍ତ୍ରଣାଳୟ କୌଣସି ବିବରଣୀ ପ୍ରଦାନ କରିନାହିଁ। କର୍ତ୍ତୃପକ୍ଷମାନେ ଏକ ସାମରିକ କ୍ରୟ ସଂସ୍ଥା ଉପରେ ତାଙ୍କର ନିୟନ୍ତ୍ରଣ ତଦନ୍ତ କରିଥିଲେ, ଯେଉଁଠାରେ ପଦୋନ୍ନତି ପାଇଁ ତାଙ୍କୁ ବହୁ ପରିମାଣର ଟଙ୍କା ଗ୍ରହଣ କରିବାର ଅଭିଯୋଗ ହୋଇଥିଲା। ସୁଚନା ଅନୁଯାୟୀ, ସବୁଠାରୁ ବଡ ଅଭିଯୋଗ ଥିଲା ଯେ ଝାଙ୍ଗ ଚୀନର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ତଥ୍ୟ ଆମେରିକାକୁ ଦେଇଥିଲେ।

LEAVE A REPLY

Please enter your comment!
Please enter your name here