ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ। ୨୦ ହଜାର ଲାଞ୍ଚ ନେଉଥିବାବେଳେ JEଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ସୂଚନା ଅନୁସାରେ, ମାଲକାନଗିରି TPSODLର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଏବଂ ତାଙ୍କ ସହଯୋଗୀ ଭଞ୍ଜକିଶୋର ସ୍ଵାଇଁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେ ଏକ ସିମେଣ୍ଟ ଇଟା ତିଆରି କରିବା କମ୍ପାନୀକୁ ବିଦ୍ୟୁତ ସଂଯୋଗ କରିବା ଲାଗି ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ହିତାଧିକାରୀଙ୍କ ଠାରୁ ଟଙ୍କା ନେଲା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ସହ ତାଙ୍କ ସହଯୋଗୀଙ୍କୁ ଭିଜିଲାନ୍ସ ଧରିଥିଲା । ତାଙ୍କ ଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଓ ତାଙ୍କ ସହଯୋଗୀଙ୍କୁ ପଚରାଉଚରା କରାଯାଉଛି। କୋରାପୁଟ ଭିଜିଲାନ୍ସ ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here