ବଲାଙ୍ଗୀର ତୁରେଇକେଲା ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାର ସହପାଠୀମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟରେ ଟ୍ୟୁସନ ସରିବା ପରେ ସହପାଠୀମାନେ ଗଣଦୁଷ୍କର୍ମ କରିଥିଲେ ଏବଂ ଦୁଷ୍କର୍ମ ସମୟର ଭିଡ଼ିଓ ଉତ୍ତୋଳନ କରି ଭାଇରାଲ ମଧ୍ୟ କରିଥିଲେ । ଭିଡ଼ିଓଟି ଭାଇରାଲ ହେବା ପରେ ଛାତ୍ରୀ ଜଣକ ପରିବାର ସଦସ୍ୟଙ୍କୁ ଜଣାଇଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।ପରେ, ପୀଡ଼ିତାଙ୍କ ପରିବାର ସଦସ୍ୟ ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେବାପରେ ,ଏସପିଙ୍କ ନିର୍ଦ୍ଦେଶ ପରେ ୫ ଜଣ ନାବାଳକ ସହପାଠୀଙ୍କୁ ଅଟକ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here