ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧର ଆଶଙ୍କା ବଢିବାରେ ଲାଗିଛି । ଆମେରିକା ଦୂତାବାସ ଶୁକ୍ରବାର ଇରାନରେ ରହୁଥିବା ନିଜର ନାଗରିକଙ୍କୁ ତୁରନ୍ତ ଇରାନ ଛାଡି ଦେବାକୁ ପରାମର୍ଶ ଦେଇଛି । ଇରାନ ସରକାର ନିଜର ସୁରକ୍ଷା କଡାକଡି କରିବା ସହ ଅନେକ ସ୍ଥାନରେ ରାସ୍ତା ବନ୍ଦ୍ କରୁଛନ୍ତି ଓ ଏହା ସହିତ ବିମାନ ସେବା ମଧ୍ୟ ସୀମିତ କରାଯାଉଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି । ଆମେରିକା ଓ ଇରାନ ମଧ୍ୟରେ ଶୁକ୍ରବାର,ଆଣବିକ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ, ଓମାନରେ ଆୟୋଜିତ ହେବ । ହ୍ୱାଇଟ୍ ହାଉସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟିମ୍ କୂଟନୀତି ଉପରେ କାମ କରୁଅଛନ୍ତି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇବା । ଇରାନର ବୈଦେଶିକ ମନ୍ତ୍ରୀ ଏହି ଆଲୋଚନା ପାଇଁ ଓମାନ ପହଞ୍ଚିଛନ୍ତି ଓ ଆମେରିକା ପକ୍ଷରୁ ଷ୍ଟିଭ ୱିଟକଫ ମଧ୍ୟ ବୈଠକରେ ସାମିଲ୍ ହେବେ ।

LEAVE A REPLY

Please enter your comment!
Please enter your name here