ଭାରତ ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ଫ୍ରାନସଠାରୁ କିଣିବ ୧୧୪ଟି ରାଫେଲ୍। ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ମିଳିଛି ଗ୍ରୀନ ସିଗନାଲ । ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ଭାରତ ଗସ୍ତ ପୂର୍ବରୁ ବାୟୁସେନା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱାଧୀନ ଡିଏସିକୁ ଏହି ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ ନୂଆଦିଲ୍ଲୀରେ ହେବାକୁଥିବା ଏଆଇ ସମ୍ମିଳନୀରେ ଯୋଗ ଦେବାକୁ ଚଳିତ ମାସ ୧୫ରୁ ୧୭ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ । ବାୟୁସେନା ରଖିଥିବା ପ୍ରସ୍ତାବ ମଧ୍ୟରେ ୧୧୪ଟି ରାଫାଲ୍‌ ମଧ୍ୟରୁ ୧୮ଟି ଫ୍ରାନ୍ସରୁ ଆମଦାନୀ କରାଯିବ। ବାକି ୯୬ଟି ବିମାନ ଘରୋଇ ଉଦ୍ୟୋଗ ସହଯୋଗିତାରେ ଭାରତରେ ନିର୍ମାଣ କରାଯିବ। ଏଥିପାଇଁ ମୋଟ ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ। ଏବେ ଭାରତୀୟ ବାୟୁସେନାରେ ମୋଟ୍ ୩୬ଟି ରାଫଲ୍‌ ନିୟୋଜିତ ରହିଛି।ଅପରେସନ ସିନ୍ଦୂର ବେଳେ ଏହି ବିମାନଗୁଡିକ ଦ୍ୱାରା ଭାରତୀୟ ବାୟୁସେନା, ପାକିସ୍ତାନର ପ୍ରତିରକ୍ଷା ଅନୁଷ୍ଠାନ ଏବଂ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା।

LEAVE A REPLY

Please enter your comment!
Please enter your name here