ଭୁବନେଶ୍ୱର ନୀଳାଦ୍ରିବିହାର ରେ ହୋଇଥିବା ସତ୍ୟବ୍ରତ ହତ୍ୟା ଘଟଣାର ପୁଲିସ୍ ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡ କେମିତି ହେଇଥିଲା ତାହା ଏବେ ଜଣାପଡିଛି । ସତ୍ୟବ୍ରତକୁ ହତ୍ୟା କରିଥିବା ,ଦିନେଶ ନାୟକ ଦିନେଶ ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଛି । ଦିନେଶ ବିବାହିତ ଅଟନ୍ତି ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । ସେପଟେ ସତ୍ୟବ୍ରତକୁ ନେଇ ହୋଇଛି ବଡ଼ ଖୁଲାସା। ସତ୍ୟବ୍ରତ ବିବାହିତ ହୋଇଥିବାବେଳେ ତାର ଗୋଟିଏ ଝିଅ ମଧ୍ୟ ରହିଛି । ଏ ନେଇ ପ୍ରେମିକା ଲିଜା କାଣ୍ଡି ଅବଗତ ନ ଥିଲା । ଜାଣିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଲିଜା-ଦିନେଶଙ୍କୁ ଏକାଠି ଜେରା କରୁଛି ପୋଲିସ୍ ଓ ଜେରାରେ ଖୋଲିଛି ଚାଞ୍ଚଲ୍ୟକର ତଥ୍ୟ।ଭୁବନେଶ୍ୱର ଏସିପି ସୋନାଲ୍ ସିଂ ବୁଧବାର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଏସିପି ସୋନାଲ ସିଂ ପରମାର୍ ସ୍ପଷ୍ଟ କରିଛନ୍ତି ଯେ ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତକୁ ହତ୍ୟା କରାଯାଇଛି । ସେ କହିଛନ୍ତି ଯେ , ଏପର୍ଯ୍ୟନ୍ତ ଦିନେଶ ହି ଏକମାତ୍ର ଅଭିଯୁକ୍ତ ରହିଛି। ଲିଜାଙ୍କୁ ନେଇ ତ୍ରିକୋଣୀୟ ପ୍ରେମ ବୋଲି କୁହାଯାଉଥିଲା, ତାଙ୍କର ହତ୍ୟାରେ କୌଣସି ସମ୍ପୃକ୍ତି ନାହିଁ। ହତ୍ୟାକାଣ୍ଡ ପଛରେ କୌଣସି ଷଡ଼ଯନ୍ତ୍ର ନ ଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଦିନେଶ ଗୋଟିଏ ରୁମ୍ରେ ଲିଜା ଏବଂ ସତ୍ୟବ୍ରତଙ୍କୁ ପାଇ ଆକ୍ରମଣ କରିଥିଲା । ଲିଜା ସତ୍ୟବ୍ରତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା, ତେଣୁ ତାହାର ହତ୍ୟାରେ ସମ୍ପୃକ୍ତି କିଛି ବି ସମ୍ପୃକ୍ତି ନାହିଁ । କିଛି ଦିନ ପୂର୍ବରୁ ଦିନେଶ ଓ ଲିଜା ଲିଭ୍ ଇନ୍ରେ ରହୁଥିଲେ। ଏହାପରେ ଦିନେଶ ତାଙ୍କ ଠାରୁ ଅଲଗା ହୋଇ ଜଗତସିଂହପୁର ଯାଇଥିଲେ। ଯେଉଁ ଦିନ ଘଟଣା ଘଟିଥିଲା, ସେଦିନ ଲିଜା ଦିନେଶଙ୍କ ଫୋନ୍ ନ ଉଠାଇବାରୁ ସନ୍ଦେହ କରିଥିଲେ । ଏହାପରେ ଦିନେଶ ସିଧା ଲିଜାଙ୍କ ରୁମ୍କୁ ଆସି ସେଠାରେ ଲିଜାଙ୍କ ସହ ସତ୍ୟବ୍ରତକୁ ଦେଖିବା ପରେ ହତ୍ୟା କରିଥିଲା । ସତ୍ୟବ୍ରତ ଯେଉଁ କାର୍ ଚଳାଉଥିଲେ ତାହାକୁ ମାଲିକ ନେଲା ବେଳେ ଦୁର୍ଘଟଣା ଘଟିଥିଲା। କାର୍ ମାଲିକ ଯେଉଁ ଡ୍ରାଇଭରଙ୍କୁ ଦେଇଥିଲେ ସେ ମଦ ପିଇ ଦୁର୍ଘଟଣା ଘଟାଇଥିଲେ।














