ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା ରାଜ୍ୟସଭା ନିର୍ବାଚନକୁ ନେଇ ଦେଇଛନ୍ତି ବଡ଼ ବୟାନ । ରାଜ୍ୟସଭା ପାଇଁ ପୁରୁଖା ନେତାଙ୍କୁ ଚୟନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ପୁରୁଖା ନେତାଙ୍କୁ ପ୍ରାର୍ଥୀ କଲେ ଭଲ ହେବ । ସାଂଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଚାର କଲେ ଭଲ ହେବ । ତେବେ ଦଳର ସଭାପତି ଏସବୁ ଦିଗକୁ ବିଚାରକୁ ନେଇ ପ୍ରାର୍ଥୀ ଚୟନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଜାତୀୟସ୍ତରରେ ଆଞ୍ଚଳିକ ଦଳଗୁଡିକ ପୁରୁଖା ନେତାଙ୍କୁ ପ୍ରାଧାନ୍ୟ ଦେଉଥିବାରୁ ବିଜେଡି ଅନୁରୂପ ଭାବେ ପୁରୁଖା ନେତାଙ୍କୁ ରାଜ୍ୟସଭାକୁ ପଠାଇଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି । ଗତ ନିର୍ବାଚନରେ ଦଳର ଅନେକ ପୁରୁଖା ନେତା ହାରିଥିବାରୁ ଏବେ ରାଜ୍ୟସଭା ପ୍ରାର୍ଥୀ ହେବାକୁ ନଜର ରଖିଛନ୍ତି । ଏଥିପାଇଁ ଦଳ ଭିତରେ ଲବି ବି ଆରମ୍ଭ ହୋଇଛି । ମାତ୍ର ନବୀନଙ୍କ କୋଟେରୀରେ ଥିବା ନେତା ବି ନିର୍ବାଚନ ହାରିଥିବାରୁ ରାଜ୍ୟସଭାକୁ ଯିବା ପାଇଁ ଆଶା କରିଛନ୍ତି । ଦଳରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ନବୀନ କାହାକୁ ବାଛିବେ, ତାକୁ ନେଇ ଦଳ ଭିତରେ ଉତ୍କଣ୍ଠା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here